ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ପାଳନ

IMG-20250820-WA0044
Share

 

ଛତ୍ରପୁର.ତା.୨0/୮/୨୦୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ବିଧାୟକ ପାର୍ଥୀ ଭାଗିରଥି ବେହେରା ଙ୍କ ନେତୃତ୍ୱ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଧୁନିକ ଭାରତ ବିନ୍ଧାଣି ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମଜୟନ୍ତୀ ପାଳନ କରାଗଲା। ଛତ୍ରପୁର ଅପର ବସ୍ ଷ୍ଟାଣ୍ଡ ସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣକରି ରାଜୀବ ଗାନ୍ଧୀ ଅମର ରହେ ନାରା ରୁ ଦେଇ ସ୍ମୃତି ଚାରଣ କରାଯାଇଥିଲା । PCC ସଭ୍ୟ ଡ଼ଃ.ସମ୍ଭୁ ପାଣିଗ୍ରାହୀ ଉପସ୍ଥିତ କର୍ମୀ ଙ୍କୁ ରାଜୀବ ଗାନ୍ଧୀ ଙ୍କ ଭାରତବର୍ଷ ପ୍ରତି ଅବଦାନ ସମ୍ପର୍କରେ ଉଦ୍ ବୋଧନ ଦେଇଥିଲେ ।ଉକ୍ତକାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ରାମସ୍ବାମୀ ରେଡ୍ଡୀ, ଟି କ୍ରିଷ୍ଣା ରେଡ୍ଡୀ ,ଜିଲ୍ଲା ଷ୍ଟ୍ରିରିଂ କମିଟି ସଦସ୍ୟ ଗଣପତି ବାରିକ, ଯୁବ କଂଗ୍ରେସ ନେତା ବଳିଆ ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ , ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇ, ପିସିସି ସଭ୍ୟ ଭବାନୀ ବେହେରା, ପୂର୍ବତନ ନଗର ସଭାପତି କାଳିଆ ରାଉଳ, ଅଶୋକ ପଟ୍ଟନାୟକ, ଟି.ବେଣୁଗୋପାଳ ଆଚାରୀ, ହାଡୁ ରେଡ୍ଡୀ,ବିକ୍ରମ ରେଡ୍ଡୀ, ଆଦିତ୍ୟ ଦାସ , କୁନି ନାୟକ,ରବି ମୁଦୁଲି,ଗୁରୁ ରେଡ୍ଡୀ ଆଦି ବହୁ ସଂଖ୍ୟା ରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ

You may have missed