April 29, 2026

ମୋହନା ବିଧାୟକ ଦାଶରଥି ଗମାଙ୍ଗ ବିଧାନସଭା ପ୍ରଶ୍ନ କାଳରେ ନିର୍ବାଚନ ମଣ୍ଡଳୀ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି —

IMG-20240820-WA0068
Share

 

ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ବହୁଳ ନିର୍ବାଚନ ମଣ୍ଡଳୀ ଅଟେ। ଏହି ନିର୍ବାଚନ ମଣ୍ଡଳୀରେ ଚାରି ଗୋଟି ତହସିଲ ରହିଛି। ଏହି ତହସିଲ ଗୁଡିକରେ ଆଦିବାସୀ ଙ୍କୁ ଠିକ୍ ସମୟରେ ଜାତି ପ୍ରମାଣ ପତ୍ର ମିଳୁନଥିବାରୁ ଅସୁବିଧାରେ ପଡ଼ୁଛନ୍ତି ଅଞ୍ଚଳ ବାସି ଏହା ସଙ୍ଗେ ଛେଳିଗଡ ଜଳସେଚନ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଠିକ୍ ପରିମାଣରେ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ମୋହନା ନିର୍ବାଚନ ମଣ୍ଡଳୀ ବିଧାୟକ ଦାଶରଥି ଗମାଙ୍ଗ। ଏହା ସଙ୍ଗେ ସମ୍ପୂର୍ଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରି ଲୋକଙ୍କ ହିତରେ ଲଗାଇବା ପାଇଁ ମଧ୍ୟ ଦାବୀ କରି ବିଭାଗ ସମ୍ପୂର୍ଣ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।