July 21, 2026

 ” ଦେବାହାଲରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ”

IMG-20260720-WA0047
Share

 

 

ବରଗଡ(ସୁରେନ୍ଦ୍ର କଠାର)

 

ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ଗ୍ରାମରେ ଆଜି ସକାଳେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦେବାହାଲ ର ଜୟକିଷାନ ପାଠାଗାର ପକ୍ଷରୁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପାଠାଗାରର ସଦସ୍ୟ ମାନେ ବେଶ ଉତ୍ସାହର ସହିତ ପାଳନ କରିଥିଲେ l ପାଠାଗାରର ସଭାପତି କାଶୀଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଥର ଦେବାହାଲ ରେଳ ଷ୍ଟେସନ ସଂଲଗ୍ନ ରେଳଲାଇନ କଡରେ ବିଭିନ୍ନ ପ୍ରଜାତିର ଗଛ ଲଗାଯାଇଥିଲା l ଗ୍ରନ୍ଥାଗାରୀ ବିନୟ କୁମାର ସାହୁ ଉପସ୍ଥିତ ଜନସାଧାରଣ ଓ ଗ୍ରାମର ଛାତ୍ରମାନଙ୍କ ସହିତ ଜଙ୍ଗଲ ନଷ୍ଟ ଦ୍ୱାରା କିପରି ଜଳବାୟୁ ପରିବର୍ତନ ହେଉଛି ଏବଂ ପରିବେଶ ଅସନ୍ତୁଳିତ ହେଉଛି ସେ ଉପରେ ଆଲୋଚନା କରିଥିଲେ l ପାଠାଗାର ସଦସ୍ୟମାନଙ୍କ ଏହି ଅଭିନଵ ପ୍ରୟାସକୁ ଗ୍ରାମବାସୀ ବେଶ ପ୍ରଶଂସା କରିଥିଲେ l ପ୍ରାୟ ଆଠ ବର୍ଷ ଧରି ନିରନ୍ତର ପ୍ରୟାସ ଦ୍ୱାରା ଦେବାହାଲ ଗ୍ରାମର ଆଖପାଖ ଅଂଚଳର ଅନେକ ସ୍ଥାନକୁ ବୃକ୍ଷମୟ କରାଯାଇ ପାରିଛି l ଏହି କାର୍ଯ୍ୟକ୍ରମରେ ପାଠାଗାରର ସଦସ୍ୟ ନିତିନ ଭୁଏ, ଅରୁଣ ପ୍ରଧାମ, ଲୋକନାଥ ବେହେରା ଏବଂ ଦେବାହାଲ ଗ୍ରାମବାସୀ ସହଯୋଗ କରିଥିଲେ l ଶେଷରେ ଯତୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

You may have missed