April 24, 2026

ଶିଶୁ ବାଟିକାର ମାତୃ ସମ୍ମିଳନୀ

IMG-20250720-WA0037
Share

ବୁଗୁଡ଼ା : ତା ୨୦/୦୭/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ସଙ୍କୁଳ ଶିଶୁ ବାଟିକା ପ୍ରମୁଖ ରିତା କୁମାରୀ ମହାରଣା, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସମ୍ପାଦକ ବିଶ୍ବ ମୋହନ ମିଶ୍ର ଓ ସଦସ୍ୟା ମଧୁସ୍ମିତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମାର୍ଗ ଦର୍ଶନ କରିବା ସହ ଶିଶୁଙ୍କୁ ଗଢି ତୋଳିବାରେ ମାଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅରୁଣ, ଉଦୟ ଓ ପ୍ରଭାତ ବର୍ଗର ଶିଶୁମାନଙ୍କ ମାଆମାନେ ଯୋଗ ଦେଇଥିବା ବେଳେ ଏହାର ପରିଚାଳନାରେ ଗୁରୁମା ରଶ୍ମିତା କୁମାରୀ ଜେନା, ଅର୍ଚ୍ଚନାମୟୀ ଦଳବେହେରା, ପାପା ବିଷୋୟୀ ଓ ରାକ୍ଷୀ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲା ବେଳେ ପରିଶେଷରେ ଗୁରୁମା ସୁଜାତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

You may have missed