April 25, 2026

ପାରଳାଖେମୁଣ୍ଡି ସହର ୧୫ ନଂ ୱାର୍ଡ ସ୍ଥିତ ଦୋଳବନ୍ଧର ସୌନ୍ଦର୍ଯ୍ୟ କରଣ ପାଇଁ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ 

IMG-20250720-WA0036
Share

 

 

ପାରଳାଖେମୁଣ୍ଡି:୨୦/୭(ଗରୁଡ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ଦୋଳବନ୍ଧ କମିଟି ପକ୍ଷରୁ ଦୋଳବନ୍ଧର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ରହ୍ମପୁର ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି. ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପାରଳାଖେମୁଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ପାରଳା ସର୍କିଟହାଉସରେ ସାକ୍ଷାତ କରି ଦୋଳବନ୍ଧ କମିଟି ପକ୍ଷରୁ ସଭାପତି ବିନୋଦ ଜେନାଙ୍କ ନେତୃତ୍ବରେ କମିଟିର ସଦସ୍ୟ ରାଜେନ୍ଦ୍ର ବେହେରା, ମଙ୍ଗଳା ପଟ୍ଟନାୟକ, ମନୋଜ ପଟ୍ଟନାୟକ ପ୍ରମୁଖଙ୍କ ପକ୍ଷରୁ ଏକ ସ୍ମାରକପତ୍ର ସାଂସଦଙ୍କୁ ପ୍ରଦାନ କରାଯାଇଛି. ଦୋଳବନ୍ଧର ସୋନ୍ଦର୍ଯ୍ୟକରଣ ପାଇଁ ପୌରପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ. ସେହିପରି ପାରଳାଖେମୁଣ୍ଡି ସହରର ଅନ୍ୟ ପୋଖରୀ ଉଦ୍ଧାର କାର୍ଯ୍ୟ ନାମରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। କିନ୍ତୁ ତାହା ପାରଳାଖେମୁଣ୍ଡି ବାସିନ୍ଦାଙ୍କ କୌଣସି କାର୍ଯ୍ୟରେ ଆସୁନଥିବା ଅଭିଯୋଗ ସାଂସଦଙ୍କୁ କରାଯାଇ ଏହାର ବିହିତ ତଦନ୍ତ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା.