September 18, 2026

ଛାତ ଭୁଶୁଡିବା ପ୍ରତିବାଦ ରେ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ

IMG-20230720-WA0013
Share

ଛାତ ଭୁଶୁଡିବା ପ୍ରତିବାଦ ରେ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ
ଅସ୍ତରଙ୍ଗ,20/7-ଅସ୍ତରଙ୍ଗ ବ୍ଲକ ତାଳଦା ପଢ଼ିଆରୀ ବିଦ୍ୟାପୀଠ ରେ ବୁଧବାର ଦିନ ଷ୍ଟାଫ ଙ୍କ ବୈଠକ ଚାଲୁଥିବା ବେଳେ ହଠାତ ଛାତ ପଲସ୍ତରା ଖସି ପଡିଥିଲା । ଘଟଣା ସ୍ଥଳ ରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଗୁରୁତ୍ୱର ଆହତ ହୋଇଥିବା ବେଳେ , ଅନ୍ୟ ୨ ଜଣ କର୍ମଚାରୀ ଆହତ ହୋଇଥିଲେ ।
କିଛି ସମୟ ପରେ ବିଦ୍ୟାଳୟ ଛୁଟି କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ପଳେଇଥିଲେ ଓ ଆଉ ଆହତ ମାନଂକୁ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସୂଚନା ମୁତାବକ ରାଜ୍ୟ ସରକାର ଏହି ବିଦ୍ୟାଳୟ ର ଆଧୁନିକ କରଣ କୁ ରୂପାନ୍ତରିତ କରିବା ପାଇଁ, ଅସ୍ତରଙ୍ଗ ବ୍ଲକ ପ୍ରଶାସନ କୁ ଦାୟିତ୍ଵ ଦେଇଥିବା ବେଳେ,ଏହି କାର୍ଯ୍ୟ କୁ ଠିକା ମାଧ୍ୟମ ରେ କରାଇଥିଲା । କାର୍ଯ୍ୟ ଆରମ୍ଭ ରୁ ନିମ୍ନ ମାନ ର ହୋଇଥିଲା ଆଉ ଗ୍ରାମବାସୀ ମାନେ ଏହାର ଦୃଢ ପ୍ରତିବାଦ କରିଥିଲେ କିନ୍ତୁ ସେହି ସମୟ ରେ ଅସ୍ତରଙ୍ଗ ବ୍ଲକ କର୍ତ୍ତୃପକ୍ଷ,ଉତ୍ତର ଦେଇଥିଲେ ଯେ,କାର୍ଯ୍ୟ ଉତ୍ତମ ହେଉଛି, ଯଦି ଭବିଷ୍ୟତ ରେ କିଛି ଅସୁବିଧା ହୁଏ ସେଥିପାଇଁ ବ୍ଲକ କର୍ତ୍ତୃପକ୍ଷ ଦାୟୀ ରହିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଏଭଳି ଅଭାବନୀୟ ଘଟଣା ଘଟିବା ପରେ ଅସ୍ତରଙ୍ଗ ବିଡ଼ିଓ ଘଟଣା ସ୍ଥଳ ରେ ନ ପହଞ୍ଚିବାରୁ ଆଜି ଅଭିଭାବକ ଓ ଗ୍ରାମବାସୀ ମାନେ ସ୍କୁଲ ଫାଟକ ଆଗରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମବାସୀ ଙ୍କ ଦାବୀ ଯେଉଁ ଗୃହ ରେ ଷ୍ଟାଫ ସୁରକ୍ଷିତ ନୁହନ୍ତି, ଛାତ୍ରଛାତ୍ରୀ କିପରି ସୁରକ୍ଷିତ ଭାବେ ପାଠ ପଢିବେ । ଘଟଣା ସ୍ଥଳ କୁ ଅସ୍ତରଙ୍ଗ ବ୍ଲକ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବ୍ଲକ ଉପାଧ୍ୟକ୍ଷ, ମଣ୍ଡଳ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ପହଁଚି ଆଲୋଚନା କରିଥିଲେ ବି, ଲୋକ ଙ୍କ ଦାବୀ ଆଗରେ ସେମାନେ ସ୍କୁଲ ଭିତରକୁ ପ୍ରବେଶ କରିପାରିନଥିଲେ । ବର୍ତମାନ ସୁଦ୍ଧା ଗ୍ରାମବାସୀ ଙ୍କ ଦାବୀ ପୁରୀ ଜିଲ୍ଲାପାଳ ଘଟଣା ସ୍ଥଳ କୁ ଆସି ସ୍ଥିତି ଅନୁଧ୍ୟାନ କରିଲା ପରେ ଆମେ ତାଲା ଖୋଲିବୁ । ତାଳଦା ପଞ୍ଚାୟତ ସରପଞ୍ଚ ଇ. ଦୀପକ ପରିଡା ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୂର୍ଣ୍ଣ ବ୍ଲକ ପ୍ରଶାସନ ଆଉ ସମ୍ପୃକ୍ତ ଠିକାସଂସ୍ଥା ଉପରେ ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

You may have missed