March 11, 2026

ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ରୂପାନ୍ତରୀକରଣ ଅନ୍ତରାଳେ…

IMG_20240620_190241
Share

 

  1. ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା,ସେ ହିଁ ଏ ଜାତିର ପରିଚୟ । ବିଜେଡି ସରକାର ଗତ କିଛି ବର୍ଷ ହେବ ନୂଆ ଓଡ଼ିଶାର ପରିଚୟ ସହ ଆଉ ଏକ ନୂଆ ଶବ୍ଦ ଯୋଡ଼ି ଦେଇଥିଲେ, ତାହା ଥିଲା ଜଗନ୍ନାଥ ସଂସ୍କୃତିକୁ ନେଇ ରୂପାନ୍ତରୀକରଣ।ସୁଚିନ୍ତିତ ଯୋଜନା ମାଧ୍ୟମରେ, ସୌନ୍ଦର୍ଯୀକରଣ ବା ରୂପାନ୍ତରୀକରଣ ହେଉଥିବା କହି ବଡ ଦାଣ୍ଡରେ ଥିବା ସମସ୍ତ ମଠ, ମନ୍ଦିରକୁ ଭାଙ୍ଗି ଛାରଖାର କରିଦେଲେ।ସେହି ସ୍ଥାନ ଗୁଡିକୁ, ୫୦/୬୦ ଫୁଟ ପର୍ଯ୍ୟନ୍ତ ରାତି ଅଧଯାଏ ଖୋଳିବାରେ ଲାଗିଲା ତାମିଲନାଡୁର ଏକ ଠିକା ସଂସ୍ଥା। ଏପରିକି ଏମାର ମଠ ପରିସରକୁ, ଓ ସେଠିଥିବା ସୁଡଙ୍ଗ ଗୁଡିକୁ ତାଡି, ଧନ, ରତ୍ନ ଖୋଜିବାରେ ଲାଗିଥିଲା ବୋଲି ଅଭିଯୋଗ ରହିଛି। ସବୁଠାରୁ , ଚାଲାଖ୍ କଥା ହେଉଛି ଯେ, ଏହି ଖୋଳାଖୋଳି କାମ, କେବଳ ଅଣଓଡିଆ ବା ତାମିଲନାଡୁର କିଛି ସଂସ୍ଥା କରିଥିଲା।ଏହି ଖନନ କାର୍ଯ୍ୟ ସ୍ପଷ୍ଟ ଦିବାଲୋକରେ ନ ହୋଇ କେବଳ ଅନ୍ଧାର ରାତିରେ ହିଁ କରାଯାଉଥିଲା।କୁହାଯାଏ କି ଏହି ଖନନ କାର୍ଯ୍ୟ ପୂର୍ବରୁ ,କଳାପାହାଡ଼ ତାମିଲ ଦିଲ୍ଲୀର ଏକ ଘରୋଇ ସଂସ୍ଥା ଦ୍ୱାରା, ଭୂତଳ ସର୍ବେକ୍ଷଣ ବା ଅନୁସନ୍ଧାନ କାର୍ଯ୍ୟ କରାଇଥିଲା ।ଫଳରେ କେଉଁ ସ୍ଥାନରେ କେତେ ମାତ୍ରାରେ ଧନ, ରତ୍ନ ଅଛି, ତାହା ସହଜରେ କୁଆଡେ ଜାଣିହେବ । ତାହା ମଧ୍ୟ ରାତିର ଅନ୍ଧକାର ଭିତରେ ହୋଇଥିଲା।କିନ୍ତୁ ସବୁଠୁ ରହସ୍ଯ ଏହି କି ଯେ, ସର୍ବେକ୍ଷଣ ବା ଅନୁସନ୍ଧାନରୁ ମିଳିଥିବା ତଥ୍ୟ, ଏ ଯାଏଁ ସାର୍ବଜନୀନ ହୋଇନାହିଁ।ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ, କୁହାଗଲା କି, ଏହା ହେଉଛି “ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ। ” ଏହି ପ୍ରକଳ୍ପ ନିର୍ମାଣ ଅନ୍ତରାଳରେ କୁହାଯାଏ କି ପ୍ୟାରୀମୋହନ ମହାପାତ୍ର, ଗାଦିଚ୍ୟୁତ ହେବାପରେ, କଳାପାହାଡ଼ ରୂପୀ ତାମିଲ୍ ଆଇ.ଏ.ଏସ. ଅଫିସର ନବୀନ ପଟ୍ଟନାୟକ ଙ୍କ ପୁରା ପାଖଲୋକ ହୋଇଯାଇଥିଲେ।ସେହି ସମୟରେ, ପୁରୀ ବଡ ଦାଣ୍ଡସ୍ଥିତ,”ଏମାର ମଠ”ରୁ ମରାମତି ସମୟରେ, ଶହ ଶହ ଖଣ୍ଡ ସୁନା ଓ ରୂପା ଇଟା ମିଳିଥିଲା। ଯାହା, ସରକାର ନିଜ ଅକ୍ତିଆରକୁ ନେଇ ଯାଇଥିଲେ ।ହେଲେ, ଏହି ସବୁ ସୁନା, ରୂପାର ଇଟା ଏବେ କେଉଁଠି ଓ କାହାପାଖରେ ଅଛି, ତାହା ଓଡ଼ିଶାବାସୀ ଜାଣନ୍ତି ନାହିଁ ।ଏହା ଦେଖି ,ବିଚକ୍ଷଣ, ତାମିଲ୍ କଳାପାହାଡ଼ , ଅନୁମାନ କରିନେଲା କି ଏହି ସ୍ଥାନରୁ କୋଟି କୋଟି ଟଙ୍କାର ସୁନା ରୂପା ସହିତ ଦୂର୍ମୁଲ୍ୟ ରତ୍ନ ମିଳିବାର ସମ୍ଭାବନା ରହିଛି ।ତେଣୁ, ଭିତରେ ଭିତରେ, ସେ’ତାର ଷଡଯନ୍ତ୍ର ରଚନା କରି ଥିଲା, ଶେଷରେ ପରିକ୍ରମା ପ୍ରକଳ୍ପ ନାଁ ରେ ଲୁଟି ନେଲା ଓଡ଼ିଶାରୁ ସହସ୍ର କୋଟିର ଅମୁଲ୍ଯ ରତ୍ନ ସମ୍ପଦ।ଲୋକଙ୍କ କହିବା କଥା ଏହି କି ଯେ ମନ୍ଦିର, ମଠର ରୂପାନ୍ତୀକରଣର କୁଆଡେ ଆବଶ୍ୟକତା ନଥିଲା । ପୁରୁଣା ମଠ ମନ୍ଦିରକୁ , ମରାମତି କରିବା ପରିବର୍ତ୍ତେ, ଏହାକୁ ଓ ଏହାର ଆଖପାଖ ଅଞ୍ଚଳକୁ ଭାଙ୍ଗିବା ଓ ମାଟିକୁ, ୨୦/୩୦ ଫଟ ତଳ ପର୍ଯ୍ୟନ୍ତ ଖୋଳିବାର ଆବଶ୍ୟକତା କଣ ଥିଲା ତାହା ଅନୁସନ୍ଧାନ ସାପେକ୍ଷ।କରଦାତାଙ୍କ ସମୁଦାୟ ୪୨୦୦ କୋଟି ଟଙ୍କାକୁ ବେପରୁଆ ଭାବେ ଖର୍ଚ୍ଚ କରିଥିବା ବିଜେଡି ସରକାର ତଦନ୍ତ ପରିସରଭୁକ୍ତ ହେବା ନିହାତି ଦରକାର। ମାତ୍ର, କେଇଟି ପାଇଖାନା, ଓ ଜୋତା ଚପଲ ଷ୍ଟାଣ୍ଡ କରିବାପାଇଁ ଏତେ ତଳୁ ମାଟି ଖୋଳିବାର କ’ଣ ଆବଶ୍ୟକତା ରହି ଥିଲା, ତାହାର କାରଣ ଖୋଜିବା ସାଢେ ଚାରିକୋଟି ଓଡିଆଙ୍କ ହକ ଓ ଅଧିକାର ।ଏହି ସୁଚିନ୍ତିତ ଯୋଜନାର ପ୍ରକୃତ ଖଳନାୟକ ତାମିଲକୁ ତୁରନ୍ତ କାଠଗଡାକୁ ଟାଣିବା ଏବେ ନୂଆ ସରକାରଙ୍କ ପ୍ରଥମ କାର୍ଯ୍ୟ ହେବା ଦରକାର ବୋଲି କୁହାଯାଉଛି। ତାମିଲ୍ ପାଣ୍ଡୁ ନିଜର ଆଧିପତ୍ୟ ଓ ଓଡ଼ିଶାର ଜନସାଧାରଣଙ୍କ ମନରେ ଏପରି ଭୟର ବାତାବରଣ ସୃଷ୍ଟି କରିଥିଲା କି, ରାଜା, ସେବାୟତ, ଓ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଖନନ ପ୍ରକ୍ରିୟା ବିରୁଦ୍ଧରେ ପଦୁଟିଏ କହିବାକୁ ସାହସ ଜୁଟାଇ ପାରିଲେନି ।ଫାଇଭ “ଟି” ଭଳି ଏକ ବିଭାଗ ବିହିନ ବ୍ୟବସ୍ଥା ପ୍ରଣୟନ କରି ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା।ତାମିଲ୍ ର ଏହି ଯୋଜନା ରେ ଅନେକ ନେତା ମନ୍ତ୍ରୀ ସାମିଲ ରହିଥିବା କୁହାଯାଉଛି । ସେମାନେ, ଭାବୁଥିଲେ, ” ତାମିଲ୍ ଯାହା ଲୁଟିବାର ଲୁଟୁ, କିନ୍ତୁ ଆମ ଆସନ ବା ନେତା ପଦ/ମନ୍ତ୍ରୀ ପଦ ସୁରକ୍ଷିତ ହୋଇ ରହି ଥାଉ “।ଗଜପତି ରାଜା ମଧ୍ୟ ଏସବୁକୁ ବିରୋଧ କରିପାରି ନଥିଲେ।ସେବାୟତ ମାନଙ୍କୁ ନିଜର ପ୍ରଭାବ ପକାଇ , ଆସ୍ଥା ଭାଜନ ହୋଇଥିଲା, ତାମିଲ୍ ଶାସକ ।ସକାଳୁ ପୁରୀ ଗସ୍ତ କରୁଥିବା ବେଳେ ଅଠରନଳାରୁ ଫୋନ ଯାଉଥିଲା ମନ୍ଦିର ପ୍ରଶାସନ ପାଖକୁ, ମଙ୍ଗଳ ଆରତୀ ଟିକେ ଡେରିକର, ତାମିଲ ଅଫିସର ଆସିଲେ ଯାଇଁ ଆରମ୍ଭ କରିବ।କି ଗର୍ବ ସତେ– ଗର୍ବଭଞ୍ଜନ ଏ କଥା କଣ ସହନ୍ତେ !

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉ କି, କଣ୍ଟିଲୋ ନୀଳମାଧବ ମନ୍ଦିର ,ସମଲେଶ୍ବରୀ ମନ୍ଦିର ହେଉ କି, କଟକ ଚଣ୍ଡୀ ମନ୍ଦିର ,ଏହି ସୌନ୍ଦର୍ଯୀକରଣ ବା ରୂପାନ୍ତୀକରଣ କାମ ଗୁଡ଼ିକରେ ସବୁ ଓଡ଼ିଶା ବାହାର, ତାମିଲନାଡୁର ସଂସ୍ଥା ମାନେ ନିୟୋଜିତ ହୋଇଥିବା ଅଭିଯୋଗ ରହିଛି।ଧର୍ମ ବିଶ୍ୱାସୀ ଓଡ଼ିଆ ମାନେ ତାମିଲ୍ କଳାପାହାଡ଼ର ଭିତିରି କଥା ଆଦୌ ବୁଝି ପାରିନାହାଁନ୍ତି । ନବୀନ ପଟ୍ଟନାୟକ ଓ ତାମିଲ ଅଫିସର ଲୋକ ଦେଖାଣିଆଁ , ହିନ୍ଦୁ ଦେବଦେବୀଙ୍କ ପରମ ଭକ୍ତ ବୋଲି ଛଳନା ବା ନାଟକ କରି ହିନ୍ଦୁ ଦେବଦେବୀ ପିଠକୁ ଲୁଟିବାରେ ବ୍ୟସ୍ତ ଥିଲେ ବୋଲି କୁହାଯାଉଛି ।
ବିଜେଡି ସୁପ୍ରିମ ଜାଣି ସାରିଥିଲେ ଯେ, ସେମାନଙ୍କର, ୨୦୨୪ରେ, ଆଉ ଶାସନକୁ ଫେରିବାର ସମ୍ଭାବନା କ୍ଷୀଣ ।ସେଥି ପୂର୍ବରୁ ହିନ୍ଦୁ ଦେବଦେବୀ ପିଠକୁ ନଷ୍ଟ ଭ୍ରଷ୍ଟ କରି ଦେଇଯିବେ ।ହଜାର ହଜାର ବର୍ଷ ପୁରୁଣା ମନ୍ଦିର, ମଠ, ଦେବଦେବୀ ପିଠକୁ ଧୂଳିରେ ମିଶାଇ ,ଓ ଶହ ଶହ ବର୍ଷର , ରାଜା ମହାରାଜା, ଜମିଦାରଙ୍କ, ସାଇତା ଧନକୁ ଲୁଟିନେଇ, ନିଜ ନିଜ ରାଜ୍ଯକୁ ଫେରିଯିବେ ।ଜଗନ୍ନାଥଙ୍କ ରତ୍ନଭଣ୍ଡାର ମଧ୍ୟ ଲୁଟ୍ ହୋଇଛି ।ଚାବି ହଜିବା ପରେ ଡୁପ୍ଲିକେଟ ଚାବି ମିଳିବା ସବୁ ରହସ୍ଯଜନକ। ଯଦି, ନବୀନ ପଟ୍ଟନାୟକ ବା ପାଣ୍ଡିଆନ୍ ଙ୍କ ଜ୍ଞାତସାରରେ ଏସବୁ ହୋଇଛି। ନବୀନ ପ୍ରକୃତରେ ହିନ୍ଦୁ ନୁହଁନ୍ତି।ଯଦି ହୋଇଥାଆନ୍ତେ, ଖ୍ରୀଷ୍ଟଧର୍ମର ସର୍ବଶ୍ରେଷ୍ଠ ଗୁରୁ “ପୋପ”ଙ୍କୁ ଯାଇ ଦେଖାକରି ନଥାନ୍ତେ କି, “କାମିଆ ଜାନୀ” ପରି ଜଣେ ଅଣ ହିନ୍ଦୁ, ଗୋମାଂସ ଭକ୍ଷୀକୁ ପାଣ୍ଡିଆନଙ୍କ ଦ୍ବାରା ଶ୍ରୀମନ୍ଦିରରେ ପ୍ରବେଶ କରାଇ ନଥାନ୍ତେ । ଓଡ଼ିଆ , ଓଡ଼ିଶା ବାସୀ, ହିନ୍ଦୁ ସମାଜଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବିଜେଡି ସରକାର ଜଗନ୍ନାଥଙ୍କ ଧନ ରତ୍ନ ସବୁ ଲୁଟିଛି । ଲୋକେ ଏକଥା ଟିକେ ଡେରିରେ ବୁଝିଲେ।କାମରେ ଦେଖାଇଦେଲେ। ଜଗନ୍ନାଥ ଙ୍କ ଅପାର କରୁଣାରୁ ଆଜି ଶାସନ ବଦଳିଛି। ଜନଗଣଙ୍କ ସରକାର ଭାଜପା ଏବେ କ୍ଷମତାସୀନ। ଲୁଟ ହୋଇଥିବା ଧନରତ୍ନ, ଫେରାଇ ଆଣିବାର ପ୍ରୟାସ ଆବଶ୍ୟକ ।ଜଗନ୍ନାଥ ସମ୍ପତ୍ତିର ଲୁଟେରା ନବୀନ ଓ ତାମିଲ୍ ପାଣ୍ଡୁକୁ ସହଯୋଗ କରୁଥିବା ଓଡ଼ିଆ ରାଜନେତାଙ୍କୁ ଆଦୌ ଦୟା ଦେଖାଇବା ଉଚିତ ନୁହେଁ।କାରଣ, ସେମାନେ ଓଡ଼ିଆ ହୋଇ ମଧ୍ୟ, ଓଡ଼ିଶାକୁ ଲୁଟିବାରେ, ପରୋକ୍ଷରେ ବା ପ୍ରତ୍ୟକ୍ଷ ଭାବେ ଦାୟୀ ।ଜଗନ୍ନାଥ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ସରକାରଙ୍କ ଦ୍ଵାରା ପ୍ରୟୋଜିତ ଅର୍ପଣ ରଥ।ପ୍ରତ୍ୟେକ ବ୍ୟକ୍ତି ମହାପ୍ରଭୁ ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଅକ୍ଷତ,ଗୁଆ। ସେତେବେଳେ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପ୍ରକଳ୍ପ ପରିକ୍ରମଣ କରାଯିବ ବୋଲି ସୂଚନା ଦେଇ ଥିଲେ।ସେହି ଆଧାର ରେ ୨୦୨୪ ଜାନୁଆରୀ ୨୯ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇ ବିଜେଡିର କର୍ମୀମାନଙ୍କୁ ପୁରୀ ବୁହାଯାଇଥିଲା । ଶ୍ରଦ୍ଧାଳୁ ଙ୍କୁ ନେଇ ଆସୁଥିବା ବସ ଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାର୍ଶ୍ଵରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବା ପରେ ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡ଼ର ବସ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର କୁ ନିଆଯାଇଥିଲା।ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଇଥିଲା।ଏହି କାର୍ଯ୍ୟ ରେ ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ଦାୟିତ୍ୱ ଦିଆ ଯାଇ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଦେଇଥିଲେ ସରକାର। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ ହୋଇଥିବା ଅକ୍ଷତ, ଗୁଆକୁ ବି ଶେଷରେ ବିକିଦେଲେ । ମନ୍ଦିର ପରିକ୍ରମା ନାଁରେ ଗାଁ ଗାଁରେ କୀର୍ତ୍ତନ କରିବାକୁ ସରକାରୀ ରାଜକୋଷରୁ ୧୬୦ କୋଟି ଟଙ୍କା ବେପରୁଆ ଖର୍ଚ୍ଚ ହୋଇଥିବା କୁହାଯାଏ। ପ୍ରତ୍ୟେକ ପଞ୍ଚାୟତରେ କୀର୍ତ୍ତନ କରିବାକୁ ଦୁଇ ଲକ୍ଷଟଙ୍କା, ପୁରୀକୁ ଦେଢ଼ ଲକ୍ଷ ଲୋକ ଯାତ୍ରା କରିବାକୁ ସରକାରୀ ବସ ଓ ପ୍ରତ୍ୟେକ ବ୍ୟକ୍ତିକୁ ୨୫୦ ଟଙ୍କା ଦେବା ପାଇଁ ବରାଦ ହୋଇ କାର୍ଯ୍ୟକାରୀ କରିଥିଲେ ତାମିଲ ଅଫିସରଙ୍କ ଦ୍ବାରା କବଳିତ ବିଜେଡି ସରକାର।ପୂର୍ବତନ ସରକାରଙ୍କ ଦ୍ଵାରା କରଦାତାଙ୍କ ପଇସାରେ ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ଅଯଥା ଖର୍ଚ୍ଚ, ପୁରୀ ଭ୍ରମଣ ନିମନ୍ତେ ହୋଇଥିବା ବେପରୁଆ ଖର୍ଚ୍ଚ ଓ ଗାଁ ଗାଁରେ କୀର୍ତ୍ତନ ପାଇଁ ରାଜକୋଷରୁ ଅର୍ଥ ଶ୍ରାଦ୍ଧର ସ୍ବତନ୍ତ୍ର ଅଡିଟ ପାଇଁ ନୂଆ ସରକାର ନିଶ୍ଚିତ ପଦକ୍ଷେପ ନେବେ।ଏସବୁ ଜାଣିବା ପରେ ବିରୋଧୀଙ୍କ ନିଦ କୁଆଡେ ହଜି ଯାଇଛି।ନୂଆ ସରକାର ତାଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନେଇ ଓଡ଼ିଶାବାସୀଙ୍କ ହୃଦୟ ଜିଣିଛନ୍ତି।କ୍ୟାବିନେଟ୍ ବୈଠକ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ଜନସାଧାରଣଙ୍କୁ ଉଦବୋଧନ ଦେବାପରେ ଗୁରୁବାର ସକାଳେ ମଙ୍ଗଳ ଆଳତି ସମୟରେ ପୁରୀ ଶ୍ରୀ ମନ୍ଦିରର ୪ ଦ୍ୱାର ଖୋଲି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଓ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ଚାରିଦ୍ଵାର ଖୋଲିବାର ନିଷ୍ପତ୍ତି ଏବେ ସାଢେ ଚାରି କୋଟି ଓଡ଼ିଆଙ୍କ ମନ ଛୁଇଁଛି।କୋଭିଡ୍ ପରେ କିଛି ବର୍ଷ ହେବ ତିନି ଦ୍ବାର ବନ୍ଦ ଥିବା ହେତୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଦ୍ବାରା ଭକ୍ତ ଓ ଭଗବାନଙ୍କ ଭିତରେ ଏକ ବ୍ୟବଧାନ ସୃଷ୍ଟି ହେଉଥିଲା । ଚାରି ଦ୍ବାର ଖୋଲିଯିବା ଦ୍ବାରା ଏହି ବ୍ୟବଧାନ ଦୂର ହୋଇଛି।
##ଶୁଭେନ୍ଦୁ ମହାନ୍ତି, ଆଇନଜୀବୀ.

You may have missed