September 29, 2024

କୋମା ରେ ଆବଡା ଏଜୁକେଶନ କମ୍ପ୍ଲେକ୍ସ

Share

ରାୟଗଡା :ଓଡିଶା ର ପୂର୍ବତନ ରାଜ୍ୟ ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ଆଦିବାସୀ ଓ ହରିଜ଼ନ ପିଲାଙ୍କ ବିକାଶ ନିମନ୍ତେ ଶିକ୍ଷା ର ବିକାଶ ପାଇଁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ରାୟଗଡା ଜ଼ିଲ୍ଲା ଗୁଣୁପୁର ବ୍ଲକ ସଦର ମୋହକୁମା ଠାରୁ ମାତ୍ର 32 କିଲୋମିଟର ଦୂରରେ ଆବଡା ପଂଚାୟତ ଠାରେ ନବୀନ ପଟ୍ଟନାୟକ ଙ୍କ 5ମ ପାଳିର ପୂର୍ବତନ ଆଦିବାସୀ ଜାତି ଜନଜାତି ଓ ପୋଛୁଆ ବର୍ଗ ଉନୟନ ରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ (ସ୍ୱାଧୀନ ) ଜଗନ୍ନାଥ ସାରକା ଗତ 08/07/2019 ରେ ଉଦଘାଟନ କରିଥିଲେ l ଜୁନ 2019 ରେ ମନ୍ତ୍ରୀ ଭାବେ ଶପଥ ନେଇ 08/07/2019ରେ ଆବଡା ଠାରେ ଆଦିବାସୀ ଜାତି ଜନଜାତି ଙ୍କ ପିଲାଙ୍କ ସ୍ବପ୍ନ କୁ ସାକାର ପାଇଁ ଏହି ଏଜୁକେଶନ କମ୍ପ୍ଲେକ୍ସ ଉଦଘାଟନ କରିଥିଲେ କିନ୍ତୁ ଆଦିବାସୀ ଙ୍କ ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା ଯେପରି ରୋଗୀ କୋମା ରେ ରୁହେ ଠିକ ସେହିପରି ଏହି ଏଜୁକେଶନ କମ୍ପ୍ଲେସ କୋମା ରେ ରହିଗଲା ବୋଲି ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ମାଥିୟୁ ଦଳବେହରା ଙ୍କ ସହିତ ପୁଟାସିଂ ବିକାଶ ପରିଷଦ ର ସଭ୍ୟ ମାନେ କହିଛନ୍ତି l ସୂଚନା ଯୋଗ୍ୟଯେ 2016ରେ ରାୟଗଡା ଜ଼ିଲ୍ଲା ର ପ୍ରଥମ ମହିଳା ଜ଼ିଲ୍ଲାପାଳ ଭାବେ ଗୁହା ପୁନମ ତାପସ କୁମାର ଜ଼ିଲ୍ଲାପାଳ ଭାବେ ଯୋଗଦେଇ ପୁଟାସିଂ ଅଞ୍ଚଳ ରେ ଶିକ୍ଷା ର ବିକାଶ ପାଇଁ ସରକାର ଙ୍କୁ ଅନୁରୋଧ କରି ଏକ ଏଜୁକେଶନ କମ୍ପ୍ଲେକ୍ସ ନିର୍ମାଣ କରାଇଥିଲେ କିନ୍ତୁ 11/02/2019 ରେ ଗୁହା ପୁନମ ଙ୍କୁ ବଦଳି ହୋଇଗଲା l ପ୍ରମୋଦ କୁମାର ବେହେରା ଜ଼ିଲ୍ଲାପାଳ ଭବେ ଯୋଗଦାନ କରିଥିଲେ ବେହରା ଙ୍କ ସମୟରେ ହିଁ ଏହି କୋମ୍ପ୍ଲସ ଟି ଉଦଘାଟନ ହୋଇଥିଲା l ଏହାପରେ ବେହେରା ଙ୍କ ବଦଳି ହୋଇଥିଲା ପରେ ସରୋଜ ମିଶ୍ର, ସ୍ଵଧା ଦେବ ସିଂ ଜ଼ିଲ୍ଲାପାଳ ଭବେ ଯୋଗଦାନ କରିଥିଲେ l ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ବିଦୟୀ ଜ଼ିଲ୍ଲାପାଳ ବେହେରା, ମିଶ୍ର ଓ ସ୍ଵଧା ଦେବ ସିଂ ଙ୍କୁ ବାରମ୍ବାରଅଭିଯୋଗ କରି ଏହି ଏଜୁକେଶନ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ପାଇଁ ଅନୁରୋଧ କରିଥିଲେ କିନ୍ତ ଫଳ ଶୂନ ହୋଇ ରହିଗଲା l ସୂଚନାଯୋଗ୍ୟ ଯେ ଏହି କମ୍ପ୍ଲେକ୍ସ ରେ ପାଠ ପଢା ପାଇଁ ବିଲଡିଂ, ରହିବା ପାଇଁ ହଷ୍ଟେଲ,ଭୋଜନ ନିମନ୍ତେ ଏକ ଗୃହ, ପରିଚାଳନା କାର୍ୟଳୟ ପାଇଁ ଗୃହ ଓ ଷ୍ଟାଫ ଙ୍କ ପାଇଁ ରହିବା ନିମନ୍ତେ ଗୃହ ପାଇଁ ପ୍ରାୟ 4 କୋଟି ରୁ ଉର୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଛି l କିନ୍ତୁ ଏହି ଟଙ୍କା ପାଣିରେ ପଡିଗଲା କିଛି କାମରେ ଆସିଲା ନାହଁ ବୋଲି ଅଭିଯୋଗ ହୋଇଛି l ପୁଣି ସ୍ଥାନୀୟ ବାସି କହିଛନ୍ତି ଯେ କମ୍ପ୍ଲେକ୍ସ ରେ ଲାଗିଥିବା ଫେନ, ଟେବଲ, ଇଲେକ୍ଟ୍ରି ସାମଗ୍ରୀ ସହି ପାଣି ଟ୍ୟାଙ୍କ ସହିତ ସୋଲାର ପେନାଲ, ବ୍ୟାଟେରୀ ସହିତ ବହୁ ସାମଗ୍ରୀ ଚୋରି ହୋଇଯାଇଛି ବୋଲି ପୁଟାସିଂ ଉନୟନ ପରିଷଦ ର କର୍ମକର୍ତା କହିଛନ୍ତି l ପୂର୍ବତନ ଜ଼ିଲ୍ଲାପାଳ ମାନେ ଓ ପୂର୍ବତନ ବିଜେଡି ସରକାର ଏଥି ପ୍ରତି ଦୃଷ୍ଟି ଦେଲେନାହିଁ କିନ୍ତୁ ନୂତନ ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ନୂତନ ବିଜେପି ସରକାର ନୂତନ ଆଦିବାସୀ ଜାତି ଜନଜାତି ଓ ପୋଛୁଆ ବର୍ଗ ଉନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦୃଷ୍ଟି ଦେଇ ଆବଡା ଏଜୁକେଶନ କୋମ୍ପ୍ଲସ କୁ କାର୍ଯ୍ୟକ୍ଷେମ କରିବା ପାଇଁ ଦାବି ହେଉଛି l
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ