ଝଙ୍କଡ଼ ଶାରଳାଙ୍କ ରୂପା ଛାଉଣୀ କବାଟର ଶୁଭଉନ୍ମୋଚନ !!

ଝଙ୍କଡ଼:- ତା ୨୦/୫/୨୦୨୫ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରର ଗର୍ଭଦ୍ୱାର, ପ୍ରବେଶ ପଥରେ ଥିବା ଦ୍ଵାରରେ ଶିଶୁକାଠ ରେ ନିର୍ମିତ ହେଇଥିବା କବାଟ ଉପରେ ରୂପା ଛାଉଣୀ କରାଯାଇ, ଚନ୍ଦନ ଯାତ୍ରା ର ଉଦଯାପନୀ ଉତ୍ସବରେ, ମାଆଙ୍କ ଚନ୍ଦନ ଲାଗି ପରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟନ କରାଯାଇଛି । ଝଙ୍କଡ଼ ସାରଳା ପୀଠ ସ୍ଥିତ ଜଗନ୍ନାଥ ମହୋତ୍ସବ କମିଟି ଓ ମାଆଙ୍କ ସେବାୟତ ମାନଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଦ୍ଵାରା ଏହି ରୌପ୍ୟନିର୍ମିତ କବାଟ ର ଉଦଘାଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ , ସମ୍ପାଦକ କ୍ଷୀରୋଦ କୁମାର ରାଉଳ , କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ ଙ୍କ ସମେତ ବିଳାସ ଚନ୍ଦ୍ର ବେହେରା , ସତ୍ୟଭୂଷଣ ଦାସ, ଦେବୀ ପ୍ରସାଦ ରାଉଳ, ହରେକୃଷ୍ଣ ରାଉଳ, ତ୍ରିଲୋଚନ ରାଉଳ, ଗୋପାଳ ଚରଣ ଖଟୁଆ, ସନ୍ତୋଷ ମହାନ୍ତି , ବିଜୟ କୁମାର ରାଉଳ, ହରେକୃଷ୍ଣ ନାୟକ, ରମେଶ ଚନ୍ଦ୍ର ସାହୁ, ଭାଗିରଥୀ ସାହୁ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ଏହି ସମାରୋହ ରେ ବରିଷ୍ଠ ଆଇନଜୀବି ଦେବସ୍ନାନ ଦାସ, ଡଃ ଅମରେନ୍ଦ୍ର ଦାସ, ପୁର୍ବତନ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା , ଜଗତସିଂହପୁର ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚନା ସିଂହ,ସମାଜସେବୀ ବିବେକାନନ୍ଦ ସାମନ୍ତରାୟ , ପୁର୍ବ ସିଂହଭୂମି ଉତ୍କଳ ସମ୍ମିଳନୀ ର କର୍ମକର୍ତ୍ତା ପ୍ରଦୀପ୍ତ କୁମାର ଦାସ , ବାବାଜୀ ସୀତାରାମ ଦାସ ମହାରାଜ, ପଣ୍ତିତ ଶରତ ଚନ୍ଦ୍ର ଦାଶ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବରେ ମାଆଙ୍କ ବଡ଼ପଣ୍ଡା ପ୍ରଜ୍ଞାଦିପ୍ତ ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡା ଙ୍କ ଓ ସମସ୍ତ ସେବାୟତ ମାନେ ପୂଜାର୍ଚ୍ଚନା କରିଥିବା ବେଳେ, ସ୍ଥାନୀୟ ଅଞ୍ଚଳର ସମସ୍ତ ଅଧିବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା
ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ