ଭଞ୍ଜନଗର ଘାଇରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ
ବେଲଗୁଣ୍ଠା : (ଉପାନ୍ତ ଖବର ) ସୁକାନ୍ତ କୁମାର ନାୟକ ଭଞ୍ଜନଗର ଜଳ ଭଣ୍ଡାରରେ ଗାଧୋଇବା ବେଳେ ବୁଡ଼ି ଦୁଇ ନାବାଳକ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲାଲସିଙ୍ଗି ଗ୍ରାମର କାହ୍ନୁ ପ୍ରଧାନ (୧୭) ଓ ଆଶୁ ତୋଷ ଭୁୟାଁ ସାଙ୍ଗ ମାନଙ୍କ ସହିତ ଘାଇକୁ ଗାଧୋଇ ବାକୁ ଯାଇଥିଲେ କିନ୍ତୁ ଗାଧୋଇବା ବେଳେ ହଟାତ୍ ଦୁଇଜଣଙ୍କ ଗୋଡ଼ ଖସି ଯିବାରୁ ଗଭିର ପାଣି ଭିତରକୁ ଯାଇ ବୁଡ଼ି ଯାଇଥିଲେ । ସାଙ୍ଗମାନେ ଖୋଜା ଖୋଜି କରିବା ପରେ ନିରାଶ ହେବା ପରେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କଲା ପରେ ମେଡ଼ିକାଲ ରେ ଭର୍ତ୍ତି କରାଇଥିଲେ ସୁଧା ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ସାଙ୍ଗ ମାନେ ସୁରକ୍ଷିତ ଥିବା ଜଣାପଡ଼ିଛି । ଉଭୟ ଛାତ୍ର ସ୍ଥାନିୟ କେଏସୟୁବି କଲେଜରେ ପଢୁଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
