September 2, 2026

ସାରଳାଙ୍କ ନିତ୍ୟ ସେବାକାରୀ ନରେନ୍ଦ୍ର ରାଉଳ ଙ୍କ ପରଲୋକ

IMG-20260420-WA0002
Share

ତିର୍ତ୍ତୋଲ ତା 19/4/2026 ତିର୍ତ୍ତୋଲ ବ୍ଲକ, ଝଙ୍କଡ଼ ସାରଳାପୀଠ କନକପୁର ଗ୍ରାମର, ସରଳ, ନିରାଡ଼ମ୍ବର, ମିଷ୍ଟଭାଷି ଓ ମା ସାରଳା ଠାକୁରାଣୀ ଙ୍କ ନିଷ୍ଠାପର ନିତ୍ୟସେବକ ନରେନ୍ଦ୍ର କୁମାର ରାଉଳ ଙ୍କର ଗତ ମଧ୍ୟରାତ୍ରୀ ରେ ବାସ୍ତରୀ ବର୍ଷ ବୟସ ରେ ହୃଦଘାତ ରେ ପରଲୋକ ହୋଇଯାଇଛି l ଆକସ୍ମିକ ମୃତ୍ୟୁ କୁ ପରିବାର ଲୋକମାନେ ସହଜରେ ଗ୍ରହଣ କରିନପାରି ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର କୁ ନେବାପାରେ, ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ତାଙ୍କର ବିୟୋଗରେ ବିଶିଷ୍ଟସମାଜବାଦୀ ଅଶୋକ କୁମାର ମହାନ୍ତି, ଧ୍ରୁବଚରଣ ରାଉଳ, ସୁରେନ୍ଦ୍ର ରାଉଳ, ରମାକାନ୍ତ ରାଉଳ, ହରେକୃଷ୍ଣ ରାଉଳ, ଶୁଭ୍ରକାନ୍ତ ରଣା, ଜୟନ୍ତ ଦାସ , ନୃସିଂହ ଚରଣ ରାଉଳ, ନିରଞ୍ଜନ ରାଉଳ, ସମୀରକାନ୍ତ ଦାଶ, ଚିରଞ୍ଜିବି ରାଉଳ ଙ୍କ ସମେତ, ସସ୍ମିତା, ଶରତ, ଦିବ୍ୟପ୍ରତୀକ, ସୁମିତ୍ରା, ଈଶାନ, ମହେଶ୍ଵେତା, ଦେବାଶିଷ, ଅୟନ୍ସ, ସଂଯୁକ୍ତା, ମାନସ ରଞ୍ଜନ, ସଂଘମିତ୍ରା, ସୁଶାନ୍ତ, ପମ୍ମୁଖ ଝିଅ ଜ୍ୱାଇଁ ଓ ପୁତୁରା ଭବାନୀ ଶଙ୍କର, ତୁଷାର କାନ୍ତ ଆଦି ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ଶବଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ, ଗ୍ରାମ୍ୟ ଶ୍ମାଶନ ରେ ଅନ୍ତେଷ୍ଟକ୍ରିୟା ସମୟରେ ଏକମାତ୍ର ପୁତ୍ର ରୁଦ୍ରପ୍ରସାଦ ରାଉଳ ( ଲିଟୁ ) ମୁଖାଗ୍ନି ଦେଇଥିଲେ l ତାଙ୍କର ବିୟୋଗରେ ସାରଳାମନ୍ଦିରର ସମସ୍ତ ସେବାୟତ, ମନ୍ଦିରର ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed