ଲଢିବି ସୁନିଶ୍ଚିତ ଟିକେଟ ମିଳୁ ବା ନମିଳୁ। ସଙ୍ଗଠନ କୁ ମଜବୁତ୍ କରୁଛନ୍ତି ମନୋଜ…

fmm
Share

ବୋଲଗଡ଼,(ଉପାନ୍ତ ଖବର):ଆସନ୍ତା ସାଧାରଣ ନିର୍ବାଚନପାଇଁ ବିଗୁଲ ବାଜି ସାରିଲାଣି । ମଇଦାନ ପ୍ରସ୍ତୁତ ହୋଇରହିଛି । କିନ୍ତୁ ଅଦ୍ୟାବଧି ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବେଗୁନିଆ ବୋଲଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ଅଦ୍ୟାବଧି କଂଗ୍ରେସ ପ୍ରାଥି କରିସାରିଥିବା ବେଳେ ବିଜେପି ବିଜେଡି ରାଜନୈତିିକ ଦଳର ପ୍ରାର୍ଥୀ ବଛା ହୋଇନାହିଁ । ବିଶେଷକରି ବିଜେଡି ଦଳ ତାର ପ୍ରାର୍ଥୀ ଚୟନ ପାଇଁ ବହୁ କସରତ କରୁଥିବାରୁ କର୍ମୀମାନେ ଦୋଛକିରେ ରହିଛନ୍ତି । ଏପରିକି ଆଶାୟୀ ପ୍ରାର୍ଥୀମାନେ ଦଳୀୟ କର୍ମୀମାନଙ୍କୁ ଖୋର୍ଦ୍ଧା-ଭୁବନେଶ୍ୱର ଡକାଇ ଓ ପଞ୍ଚାୟତ ସ୍ତରରେ ପତିଆରା ପଦର୍ଶନ କରୁଛନ୍ତି ।ଯାହାଫଳରେ ବିଜେଡି, ବିଜେପି, ଦଳର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଘଡିକେ ଘୋଡା ଛୁଟୁଛି । ସେହିପରି ଆଶାୟୀ ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ଶୁକ୍ରବାର ଅପରାହ୍ନରେ ସାଗର ଗାଁ ପଞ୍ଚାୟତ ର ମା ଅପୂଜା ଚଣ୍ଡୀ ମନ୍ଦିର ପରିସରରେ ଏକ ସାଙ୍ଗଠନିକ ବୈଠକ ଡକାଇ ଥିଲେ ।ଏହି କାର୍ଯ୍ୟକ୍ରମରେ ବାଙ୍କୋଇ ପଞ୍ଚାୟତ ଓ ସାଗରଗାଁ ପଞ୍ଚାୟତର ବହୁ ଟାଣୁଆ କର୍ମୀ ମାନେ ଯୋଗଦେଇଥିଲେ ।ତେବେ ଆଗାମୀ ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିବା ନେଇ ଶ୍ରୀ ପ୍ରଧାନ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ।ତେବେ ଶ୍ରୀ ପ୍ରଧାନ ବହୁ ଜନ ସେବା କରି ସ୍ଥାନୀୟ ଅଂଚଳର ସମାଜ ସେବା କ୍ଷେତ୍ରରେ ଲୋକ ପ୍ରୀୟତା ଅର୍ଜନ କରିଛନ୍ତି ।ଏପରିକି ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ତୃଣ ମୂଳ ସ୍ତରରେ ନିଜର ସଂଗଠନକୁ ମଜବୁତ୍ କରାଇ ଚାଲିଛନ୍ତି ।ସାଧାରଣ ଲୋକଙ୍କ ପ୍ରଶ୍ନରେ ଟିକେଟ ମିଳିଲେ ଲଢ଼ିବେ ଯଦି ଦଳୀୟ ଟିକେଟ ନମିଳିଲେ ମଧ୍ୟ ସ୍ଵାଧୀନ ପ୍ରାଥି ଲଢ଼ିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ।ଏହି ସାଙ୍ଗଠନିକ କାର୍ଯ୍ୟକ୍ରମରେ ସୁଦର୍ଶନ ଦେବର୍ତ୍ତା , ଫକୀର ମହାରଣା ,ଭବାନୀ ଶଙ୍କର ସାହୁ , ପ୍ରକାଶ ଚନ୍ଦ୍ର ସାହୁ , ଲକ୍ଷ୍ମୀଧର ସାହୁ , ମାୟାଧର ପ୍ରଧାନ ପ୍ରମୁଖ ଦୁଇ ପଞ୍ଚାୟତ ର ବହୁ କର୍ମୀ ମାନେ ଯୋଗଦେଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed