March 11, 2026

ଗୋଷାଣି ପ୍ରେସ କ୍ଲବ ନିମନ୍ତେ ସ୍ଥାୟୀ କୋଠାଗୃହ ଯୋଗାଇଦେବା ପାଇଁ ବ୍ଲକ ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ

IMG-20230420-WA0015
Share

 

ପାରଳାଖେମୁଣ୍ଡି:୨୦/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ପ୍ରେସ କ୍ଲବ ନିମନ୍ତେ ସ୍ଥାୟୀ କୋଠା ଗୃହ ଯୋଗାଇ ଦେବାପାଇଁ ଗୋଶାଣୀ ବ୍ଳକ ସାମ୍ବାଦିକ ମାନେ ପଞ୍ଚାୟତ ସମିତି ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ ବୀରରାଜୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଗୋଷାଣି ବ୍ଳକ ର ବରିଷ୍ଠ ସାମ୍ବାଦିକ ଆପନ୍ନା ସାମଲଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଏକ ସ୍ମାରକପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁଙ୍କୁ ପ୍ରଦାନ କରିଛନ୍ତି।ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗୋଷାଣି ବ୍ଳକ ସାମ୍ବାଦିକ ଭଗବାନ ପ୍ରସାଦ ନାୟକ, ସରୋଜ କୁମାର ପାତ୍ର, ଚିନୁରାଜ ପାତ୍ର, ନରସିଂହ ପ୍ରସାଦ ପଟ୍ଟନାୟକ, ମନିଷା କୁମାରୀ ସାମଲ, ଉମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

You may have missed