April 20, 2025

ଚୋରୀ ବାଇକ ଜବତ, ଜଣେ ଗିରଫ………..

Share

 

 

ଉମରକୋଟ – ଉମରକୋଟ ପୋଲିସ ଆଜି ଚୋରୀ ହେଇ ଥିବା ବାଇକକୁ ଜବତ କରିବା ସହ ବାଇକ ବ୍ୟବହାର କରିଥିବା ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୫ ଦିନ ତଳେ ଉମରକୋଟ ରେ ଏକ ବାଇକ ଚୋରି ହେଇଥିଲା। ବାଇକ ର ମାଲିକ ସିମାଦ୍ରି ପାତ୍ର ଏଥି ନେ଼ଇ ଉମରକୋଟ ଥାନାରେ ଏକ ସହର ଲିଖିତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ଘଟଣା କୂ ଗୁରୁତର ସହ ନେଇ ଚୋର କୁ ଧରିବା ପାଈଁ ଉଦ୍ୟମ ଜାରି ରଖି ଥିଲା। ତେବେ ଏହି ଚୋରୀ ବାଇକ କୁ ଉମରକୋଟ ସହର ନିକଟସ୍ଥ ଚଡେଇ ଗୁଡା ଗ୍ରାମ ର ଇଶ୍ମାଇଲ ହରିଜନ ୩୦ ବର୍ଷ ବାଇକ ର ନମ୍ୱର ପ୍ଲେଟ୍ କୁ ପରିବର୍ତ୍ତନ କରି ଅନ୍ୟ ଏକ ନମ୍ୱର୍ ଲଗାଇ ବ୍ୟବହାର କରୁଥିଲେ।
ତେବେ ଏହି ଘଟଣା ଉମରକୋଟ ପୋଲିସ ନିକଟରେ ପହଞ୍ଚିବ। ପରେ ଆଜି ଉମରକୋଟ ବଜାର ରେ ପୋଲିସ ବାଇକ କୁ ଜବତ କରିବା ସହ ବାଇକ ବ୍ୟବହାର। କରୁଥିବ । ଯୁବକ ଇସ୍ମାଇଲ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ। ଇସ୍ନାଇଲ ବିରୁଦ୍ଧ ରେ ୩୭୯ ଧାରା ରେ ମୋକଦ୍ଧମା ରୁଜୁ କରି କର୍ଟ ଚାଲାଣ କରିଛି ଉମରକୋଟ ପୋଲିସ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)