May 11, 2026

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ..

IMG-20250120-WA0026
Share

ଗଜପତିତା, ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତା ରେ ପ୍ରବନ୍ଧ, ବକୃତା, କୁଇଜ୍, ଦେଶାତ୍ମକ ବୋଦକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଗଜପତି ଷ୍ଟାଡିୟମ ଠାରେ ଆସନ୍ତା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଦିନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ।

        ଆଜିର ଏହି କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଶ୍ରୀ ବିଚିତ୍ରା ନନ୍ଧ ବେବର୍ତ୍ତା, ସହକାରୀ ଶିକ୍ଷକ,ଶ୍ରୀ ଅମେଶ ଲିମ୍ମା, ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶୀ, ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶ୍ରୀମତୀ ଅନିତା ଦାସ, ଶ୍ରୀ ରମାକାନ୍ତ ବରାଡ଼, ଶ୍ରୀ ସିମାଞ୍ଚଳ ବେହେରା ଶ୍ରୀମତୀ ଯଶସ୍ୱନି ପାଣି, ଶ୍ରୀମତୀ ସୁମିତ୍ରା କୁମାରୀ ଜେନା ଦେବୀ ପ୍ରସାଦ ପଟ୍ଟନାୟକ ଶ୍ରୀମତୀ ସୁଜତା ନନ୍ଦ ପ୍ରମୁଖ ବିଚାରକ ମଣ୍ଡଳୀ ବାଭରେ ଉପସ୍ଥିତ ଥିଲେ।

   ଏହି ସବୁ ପ୍ରତିଯୋଗିତାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ହେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପିଇଟି ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।