ବଡ଼ବୋର୍ସିଂ ବିବେକାନନ୍ଦ ଶିଶୁ ଶିକ୍ଷା କେନ୍ଦ୍ରରେ ୧୪ ତମ ବାର୍ଷିକ କ୍ରୀଡ଼ା ଉତ୍ସବ
ବେଲଗୁଣ୍ଠା,୧୯/୧୨, ବେଲଗୁଣ୍ଠା ବ୍ଳକ୍ ବଡ଼ବୋର୍ସିଂ ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା କେନ୍ଦ୍ରରେ ୧୪ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ଶରତଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ରୂପେ କ୍ଷତ୍ରିୟବରପୁର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ଦୟାଲ୍ ସେଟ୍ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ତ୍ରୀପାଠୀ, ଅନୁଷ୍ଠାନ ଉପସଭାପତି କୁନି ରାଣୀ ବିଷୋୟୀ ଏବଂ ଯୁଗ୍ମ ସମ୍ପାଦିକା ଶୋଭାରାଣୀ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ପ୍ରଧାନ ଆଚାର୍ଯ୍ୟ ଅପୂର୍ବ ଭୋଳ ମଞ୍ଚ ପରିଚାଳନା କରିଥିଲେ I ଏହୀ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୬ ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ବିଭିନ୍ନ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଏବଂ ପ୍ରଶଂସା ପତ୍ର ଦେଇ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀ ସୁକାନ୍ତ କୁମାର ଷଡ଼ଙ୍ଗୀ, ଗୁରୁମା ପ୍ରତିମା ଭୋଳ, ବୀରାଜୀନୀ ପ୍ରଧାନ, ରାଜଲକ୍ଷ୍ମୀ ସ୍ୱାଇଁ, ସିଲିମା ନାୟକ, ସୂଜ୍ଞାନୀ ଭୂୟାଁ,ଗାୟତ୍ରୀ ପ୍ରଧାନ, ପୂର୍ଣ୍ଣବାସୀ ତାରିଣୀ, ମନସ୍ୱୀନୀ ସାହୁ, ରାକ୍ଷୀ ପ୍ରଧାନ, ମାନସୀ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
