April 28, 2026

ଅସହାୟ ଗରିବ ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

IMG-20251219-WA0049
Share

 

 

ଅନୁଗୋଳ : ଶୀତ ପ୍ରକୋପ ବଢ଼ିବା ସହ ଅସହାୟ ଗରିବ ବୃଦ୍ଧବୃଦ୍ଧାମାନଙ୍କୁ ସହାୟତା ଯୋଗାଇବା ଏବଂ ସେମାନଙ୍କ ମୁହଁରେ ହସ ଫୁଟେଇବା ଉଦ୍ଦେଶ୍ୟରେ ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ।

ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଓଡିଶା ଉଦୟ ଫାଉଣ୍ଡେସନ ପକ୍ଷରୁ ସାତକୋଶିଆ ଅଭୟାରଣ୍ୟ ଟିକରପଡା ପଞ୍ଚାୟତ ର ୬ ଟି ଗ୍ରାମରେ କମ୍ବଳ ବଣ୍ଟନ କରାଯାଇଛି।

ଗରିବ ବୃଦ୍ଧ କିମ୍ବା ବୃଦ୍ଧା,ଭାଇ କିମ୍ବା ଭଉଣୀଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ଛୋଟ ପ୍ରୟାସ କରାଯାଉଛି ବୋଲି ସଙ୍ଗଠନର ଅଧ୍ୟକ୍ଷ୍ୟା ସ୍ମୃତିଲିପି ମିଶ୍ର ମତ ପ୍ରକାଶ କରିଛନ୍ତି ।

ଅନୁଗୋଳ ଜିଲ୍ଲା ର ସାତକୋଶିଆ ଅଭୟାରଣ୍ୟ ର ଟିକରପଡା ପଞ୍ଚାୟତ ର ୬ଟି ଗ୍ରାମ ଗଇନ୍ଦୀ, ବେହେରା ସାହି, ମଝିପଡା, ଟିକରପଡା, ନୁଆଁ ଗଇନ୍ଦୀ ଆଦି ଅଞ୍ଚଳର ୪୦୦ ରୁ ଅଧିକ ଗରିବ ନିରୀହ ଅସହାୟ ବୃଦ୍ଧ,ବୃଦ୍ଧା ମା’ ବାପାମାନେ ଅନୁଷ୍ଠାନ ର ସଦସ୍ୟମାନଙ୍କ ଠାରୁ କମ୍ବଳ ଗ୍ରହଣ କରିଥିଲେ |

ଓଡିଶା ଉଦୟ ଫାଉଣ୍ଡେସନ ର ଅଧ୍ୟକ୍ଷ୍ୟା ସ୍ମୃତିଲିପି ମିଶ୍ର, ଯୁଗ୍ମ ସମ୍ପାଦିକା ଅର୍ଚନା ପଟ୍ଟନାୟକ, ଅନୁଷ୍ଠାନ ର ପରାମର୍ଶଦାତା ସନ୍ତୋଷ ବେହେରା, ଅନୁଷ୍ଠାନ ର ସଦସ୍ୟ ସତ୍ୟଜିତ ଦାଶ, ଜମ୍ବେଶ୍ୱର ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ