କୋଟପାଡ଼ ପାଇଁ ଗର୍ବ ଓ ଗୌରବ ଆଣିଲେ ପ୍ରତାପ ରୁଦ୍ର


କୋଟପାଡ଼::::: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ଅଞ୍ଚଳ ପାଇଁ ପ୍ରତାପ ରୁଦ୍ର ମିଶ୍ର ଗର୍ବ ଓ ଗୌରବ ଆଣିଥିବା ଏହି ଅଞ୍ଚଳରେ ଆଲୋଚନା ଓ ଚର୍ଚ୍ଚାର ପରିସରକୁ କେନ୍ଦ୍ରୀଭୂତ କରିଥିବା ଖବର ହସ୍ତଗତ ହୋଇଛି।ଖବର ନେବାରୁ ଜଣାପଡିଛି ଯେ ଜିଆଇଟି ୟୁନିଭରସିଟି ଗୁଣୁପୁରରେ ବିଏସସି(କୃଷି)ରେ ୨୦୨୦ ରୁ ୨୦୨୪ ମସିହାରେ ଅଧ୍ୟୟନରତ ଛାତ୍ର ପ୍ରତାପ ରୁଦ୍ର ମିଶ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ ଗତ ୧୪ ତାରିଖ ଦିନ ଅନୁଷ୍ଠାନ ତରଫରୁ ଆୟୋଜିତ ସମାବର୍ତ୍ତନ କାର୍ଯ୍ୟକ୍ରମରେ ହାସଲ କରିଛନ୍ତି।ଏହି ସଫଳତା ହାସଲ ସମୟରେ ବିଶ୍ୱବିଦ୍ୟାଳୟର ପ୍ରିନପାଲ ସମସ୍ତ ଅଧ୍ୟାପକ ତଥା ଅଧ୍ୟାପିକା ଏବଂ ସହପାଠୀ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ପୁତ୍ରାପ ବରିଷ୍ଠ ଆଇନଜୀବୀ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ଓ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ରଙ୍କ ସୁପୁତ୍ର ଅଟନ୍ତି। ନିଜ ସଫଳତାର ଶ୍ରେୟ ପାଇଁ ସେ ନିଜ ପରିବାର ଓ ଅନୁଷ୍ଠାନକୁ ପ୍ରଦାନ କରିଥିବାବେଳେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର କୃଷି ସକାଶେ ସାମଗ୍ରୀକ ଉନ୍ନତି ପାଇଁ ସର୍ବଦା ପ୍ରୟାତରତ ରହିବି ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରିଛନ୍ତି।ଏହି ସଫଳତା ପରେ କୃତି ଛାତ୍ର ଓ ପରିବାରବର୍ଗଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଝୁଟିଥିବା ଖବର ହସ୍ତଗତ ହୋଇଛି।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
