September 20, 2026

ଟ୍ରକ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ପୁଲିସ କୁରଡ଼ପଶି ଗାଁରୁ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଠାବ

IMG-20260920-WA0002
Share

 

 

ଦେବଗଡ଼ ( ଦେବାଶିଷ ଦାଶ )

 

 

ଟ୍ରକ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ । ଦେବଗଡ଼ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପଶି ଗାଁରେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଠାବ କରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ କୁଣ୍ଢେଇଗୋଳା ପୁଲିସ ପାଟ୍ରୋଲିଂ କରୁଥିବାବେଳେ କୁରଡ଼ପଶି ଗାଁ ମୁଣ୍ଡରେ ସମ୍ବଲପୁର ଆଡ଼କୁ ମୁହାଁଇ ଏକ ଟ୍ରକ୍ ଛିଡ଼ା ହୋଇଥିବା ଦେଖିଥିଲା । ତେବେ ଟ୍ରକ୍‌ରେ କୌଣସି ଚାଳକ କିମ୍ବା କର୍ମଚାରୀ ନଥିଲେ । ସନ୍ଦେହ ହେବାରୁ ପୁଲିସ ଟ୍ରକ୍ ନିକଟକୁ ଯାଇଥିଲା । ଏହି ସମୟରେ ଟ୍ରକ୍‌ରୁ ଗଞ୍ଜେଇର ଗନ୍ଧ ଆସୁଥିବା ଜଣାପଡ଼ିଥିଲା । ଏହାପରେ ଗତ ରାତିରୁ ଘଟଣାସ୍ଥଳରେ ଟ୍ରକ୍‌କୁ ଜଗି ରହିଛି କୁଣ୍ଢେଇଗୋଳା ପୁଲିସ । ମାଜିଷ୍ଟ୍ରେଟ୍ ଓ ଏସ୍‌ପିଙ୍କ ଉପସ୍ଥିତିରେ ଟ୍ରକ୍ ଖୋଲାଯାଇ ଯାଞ୍ଚ କରାଯିବ ବୋଲି କୁଣ୍ଢେଇଗୋଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି।