April 28, 2026

ପଧାନପାଳିରେ ରେ କଲ୍ୟାଣ ମଣ୍ଡପ ଓ ବାହାମରେ ଏଏନଏମ ସେଣ୍ଟର ଲୋକାର୍ପିତ

IMG-20251219-WA0052
Share

 

ସମ୍ବଲପୁର, ୧୯. ୧୨():ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି। ବାହାମରେ ନୂତନ ଏଏନଏମ ସେଣ୍ଟର ଓ ପଧାନପାଲି ଠାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଗୁରୁବାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଉଭୟ ସ୍ଥାନରେ ୨ ଟି ସଭାର ଆୟୋଜନ ହୋଇଥିଲା। ଏଥିରେ ବାହାମ ସରପଞ୍ଚ ସରସ୍ବତୀ ଭୁସାଗର, ଜିଲ୍ଲାପରିଷଦ ସଦସ୍ୟା କବିତା ସାହୁ, ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସାହୁ, ପଡିଆବାହାଲ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଡାକ୍ତର ଲୋକନାଥ ପ୍ରଧାନ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ,ଦେବାନନ୍ଦ ଭୁସାଗର କବରାପାଲି ସମିତି ସଭ୍ୟା ବବିତା ଓରାମ, ଟିକି ପ୍ରଧାନ, ନରେଶ ପ୍ରଧାନ ଅମୂଲ୍ୟା ସାହୁ, ଜୁଯୁମୁରା ବିଡ଼ିଓ ରାଜେଶ ଏକ୍କା ପ୍ରମୁଖ ଉପସ୍ଥିତ ରହିଥିଲେ।