March 8, 2026

ଶରତ ପାଣିଗ୍ରାହୀ ବିଜେଡି ରେ ମିଶିଲେ

uhiuhuihh
Share

 

 

ଉମରକୋଟ – ରାଜ ନୈତିକ ଘଟଣା କ୍ରମେ ନବରଙ୍ଗପୁର ଜିଲ୍ଲା ବାବା ସାହେବ ଆଂବେଦକର ବିଚାର ମଞ୍ଚ ର ଜିଲ୍ଲା ସଭାପତି ଶରତ ପାଣିଗ୍ରାହୀ ଆନୁଷ୍ଠାନିକ
ଭାବେ ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି। ଗତ କାଲି ରାତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ଉମରକୋଟ ବାସ ଭବନରେ ଶ୍ରୀ ପାଣିଗ୍ରାହୀ ବିଜେଡି ରେ ଯୋଗ ଦେଇଛନ୍ତି। ସାଂସଦ ଶ୍ରୀ ମାଝୀ ଶରତ ଙ୍କୁ ଦଳୀୟ ଉପ ଦୌକନ୍ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରି ଥିଲେ। ଏହି ଅବସର ରେ ଉମରକୋଟ
ଓରିଶା ଉଠା ଜଳସେଚନ ନିଗମର ଉପ ଦେଷ୍ଟ। ପ୍ରମୋଦ କୁମାର ପାଢ଼ୀ, ଉମରକୋଟ ପୌର ପରିଷଦ ର ଉପ।ଦକ୍ଷ ସୁଧାଂଶୁ ଦାସ, ବ୍ଲକ୍ ବିଜେଡି ସଭାପତି ମନୋଜ କୁମାର ଧଳ, କାଉନସିଲର ଭିକି ନାୟକ ଓ ଯୁବ ବିଜେ ଡି ନେତା ହିମାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ
ଙ୍କ ଲୋକପ୍ରିୟତା , ଜନ ହିତକର ଯୋଜନା,
ସାଂସଦ ଙ୍କ ନିର୍ମଳ ଭାବମୂର୍ତ୍ତି ଓ ପ୍ରମୋଦ କୁମାର ପାଢ଼ୀ ଙ୍କ ସାଙ୍ଗଠନିକ ଦକ୍ଷତା ରେ ଅନୁପ୍ରାଣିତ ହେଇ ବିଜେଡି ରେ ମିଶିଲି
ବୋଲି ଶରତ ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି। ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବି ଦଳ ଭବିଷ୍ୟତ ରେ ଯେଉଁ ଦାୟିତ୍ଵ ଦେବ ତାକୁ ସୁଚାରୁ ରୂପେ ତୁଲାଇବି ବୋଲି ଶରତ କହିଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)