April 29, 2026

ଉମରକୋଟ ଆୟାପା ଭକ୍ତ ଙ୍କ ଶାବରୀମାଲ ଯାତ୍ରା ଆରମ୍ଭ….

uytutui
Share

 

ଉମରକୋଟ:-୪୧ ଦିନ ବ୍ରାମହାଚର୍ଯ୍ୟ ପାଳନ ପରେ ରବିବାର ଉମରକୋଟ ର ୬୩ ଜଣ ଆୟାପା ଦୀକ୍ଷା ଧାରୀ ସ୍ୱାମୀ ମାନେ ଭଗବାନ ଆୟାପା ଙ୍କୁ ଦର୍ଶନ କରିବାକୁ କେରଳ ରାଜ୍ୟର ପାମ୍ପା ନଦୀ କୂଳରେ ଥିବା ଭଗବାନ ଅୟପା ଙ୍କ ଦର୍ଶନ ପାଇଁ ବାହାରିଲେ ।ଉମରକୋଟ ସ୍ଥିତ ପେଣ୍ଡରାଣୀ ମନ୍ଦିରରେ ରାବଣା ଗୁରୁ ସ୍ୱାମୀ ଙ୍କ ସହାୟତାରେ ଇରୁମୁଢି କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା। ଇରୁମୁଢି ପାଇଁ ଆଜି ପେଣ୍ଡରାଣୀ ମନ୍ଦିର ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।ଭକ୍ତ ମନସ୍କାମନା କରି ଯେ କୌଣସି ଦୀକ୍ଷାଧାରୀ ଙ୍କୁ ତିନି ବା ସାତ ମୁଠା ଚାଉଳ ଦେଇଥାନ୍ତି ସେହି ଚାଉଳ ଓ ଘିଅ ନଡ଼ିଆ କୁ ଏକ ନୂଆ ବସ୍ତ୍ରରେ ଗଂଠୁଲି ବାନ୍ଧି ମୁଣ୍ଡରେ ଧରି ଦୀକ୍ଷା ଧାରୀ ସ୍ୱାମୀ ମାନେ ଆୟାପା ମନ୍ଦିର କୁ ଯାଇଥାନ୍ତି।ମନ୍ଦିର କୁ ପ୍ରବେଶ କରିବା ପରେ ମୁଣ୍ଡରୁ ଇରୁମୁଢି ବାହାର କରିଥାନ୍ତି।ଏହି ଅବସର ରେ ଆଜି ସମସ୍ତ ଦୀକ୍ଷାଧାରୀ ସ୍ୱାମୀ ମାନେ ପେଣ୍ଡରାଣୀ ମନ୍ଦିରରୁ ଡିଏନକେ ଡାକ ବଙ୍ଗଳା ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ ।ଉମରକୋଟ ଠାରୁ ରାଇପୁର ଅଭିମୁଖେ ଯାଇ ସେଠାରୁ କେରଳ ସ୍ତିତ ଶାବରୀମଲା ଯିବାର ଗସ୍ତ ଶୁଚି ରହିଛି। ସ୍ୱାମୀ ମାନେ ପେଣ୍ଡରାଣୀ ମନ୍ଦିର ଠାରୁ ଗୋପବନ୍ଧୁ ଛକ ଯାଏଁ ଚାଲି ଚାଲି ସହର ପରିକ୍ରମା କରିଥିଲେ ଏହି ସମୟରେ ରାସ୍ତାରେ ଆୟାପା ସ୍ୱାମୀ ମାନଙ୍କୁ ଅନେକ ଭକ୍ତ ଧୂପ ଦୀପ ଜାଳି ଭକ୍ତି ଭାବ ପୂର୍ଣ ବିଦାୟ ଜଣାଇଥିଲେ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀଙ୍କ ରିପୋର୍ଟ)

You may have missed