November 21, 2024

ଉମରକୋଟ ଠାରେ ପଶୁ ସମ୍ପଦ ମନ୍ତ୍ରୀଙ୍କୁ ଦାବୀ ଜଣେଇଲେ ଏଆଇଟି କର୍ମଚାରୀ ସଂଘ……

Share

 

 

ଉମରକୋଟ:(ଏମ୍.ଦିନା°ଶୁ ଆଚାରୀ) ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପଶୁ ସମ୍ପଦ ଚିକିତ୍ସାଳୟ ଅଧୀନରେ ଥିବା ୧ ବା ଏକାଧିକ ଗ୍ରାମ ପଞ୍ଚାୟତ ରେ ରହି କୃତ୍ରିମ ପ୍ରଜନନ, ଟୀକାକାରଣ, ବନ୍ଧ୍ୟା କରଣ, ପ୍ରାଥମିକ ଚିକିତ୍ସା ଭ୍ରାମ୍ୟମାଣ ଚିକିତ୍ସା, ପଶୁ ଗଣନା,ପଶୁ ମାନଙ୍କୁ ବୀମାଭୁକ୍ତ କରିବା ଏବଂ ଘାସ ଚାଷ ଆଦି ସେବା ଦୀର୍ଘ ୧୪ ବର୍ଷ ଧରି ବିନା ଦରମାରେ ଯୋଗେଇଦେଇ ଆସୁଛନ୍ତି ପଶୁ ସମ୍ପଦ ବିଭାଗ ଅଧୀନରେ ପଞ୍ଚାୟତ ସ୍ତରରେ କାମ କରିଆସୁଥିବା ଏଆଇଟି କର୍ମଚାରୀ ମାନେ l ୨୦୧୮ ମସିହାରୁ ଅଦ୍ୟାବଧି କେନ୍ଦ୍ର ସରକାର ଙ୍କ(NAIP) ଯୋଜନା ମାଧ୍ୟମରେ ସେମାନେ ସାମିଲ ହୋଇ ଚାଷୀ ମାନଙ୍କ ଘରେ ଘରେ ବୁଲି ମାଗଣାରେ କୃତ୍ରିମ ପ୍ରଜନନ ସେବା ଯୋଗେଇ ଦେଉଛନ୍ତି l ଯଦ୍ୱାରା କି ଓଡ଼ିଶା ସରକାର ଙ୍କ ୭୦ ପ୍ରତିଶତ କୃତ୍ରିମ ପ୍ରଜନନ କାର୍ଯ୍ୟ ସଫଳ ହେଇପାରୁଛି l ଆହୁରି ମଧ୍ୟ ବିଗତ କୋଭିଡ଼ ମହାମାରୀ ସମୟରେ ନିଜର ଜୀବନକୁ ବାଜି ଲଗେଇ ଏଆଇଟି କର୍ମଚାରୀ ଗ୍ରାମାଞ୍ଚଳ ରେ ଚାଷୀଙ୍କୁ ମାଗଣାରେ ପ୍ରାଣୀ ଚିକିତ୍ସା ଯୋଗେଇ ଦେଇଥିଲେ l କେନ୍ଦ୍ର ଓ ରାଜ୍ୟ ସରକାର ପାରମ୍ପରିକ ଚାଷ ପଦ୍ଧତି କୁ ଗୁରୁତ୍ୱ ଦେଉଥିବାରୁ ପ୍ରାଣୀ ସମ୍ପଦ ବଂଶ ବୃଦ୍ଧି ନିମନ୍ତେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l ସେମାନେ କୃତ୍ରିମ ପ୍ରଜନନ ମାଧ୍ୟମରେ ଗରିବ ଚାଷୀ ମାନଙ୍କ ଦେଶୀ ପ୍ରଜାତିର ଗାଈ ମାନଙ୍କ ଠାରୁ ଉତ୍ତମ ମାନର ଶଙ୍କର ଜାତୀୟ ଗାଈ ଏବଂ ଅଧିକ ଦୁଗ୍ଧ ଦେଶୀ ପ୍ରଜାତିର ଗାଈ ବାହାର କରି ଗ୍ରାମାଞ୍ଚଳ ର ଗରିବ ଚାଷୀ ଙ୍କ ଆୟ ଦ୍ବିଗୁଣିତ କରିଛନ୍ତି l ଯାହାଦ୍ୱାରା କି ଚାଷୀଙ୍କ ଉନ୍ନତି ହେବା ସଂଗେ ସଂଗେ ଗ୍ରାମାଞ୍ଚଳ ରେ ଅପପୁଷ୍ଟି ମଧ୍ୟ ଦୂର ହେଇ ପାରିଛି l ଏତେ ସବୁ କାମ କରି ମଧ୍ୟ ସେମାନେ ସରକାର ଙ୍କ ପାଖରେ ଉପେକ୍ଷିତ ହୋଇ ପଡିରହିବା ସହ ସାମାନ୍ୟ କିଛି ପ୍ରୋତ୍ସାହନ ପାଇଁ କାର୍ଯ୍ୟ କରି ଆସୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ସଂଘ ର ଆବାହକ ସୌଭାଗ୍ୟ ରଞ୍ଜନ ଜେନା,ଉପଦେଷ୍ଟା ରବୀନ୍ଦ୍ରନାଥ ପଣ୍ଡା,କାର୍ଯ୍ୟକାରୀ ସଦସ୍ୟ ଶତ୍ରୁଘ୍ନ ପ୍ରଧାନ,ଅଭିଲିପ୍ସା ଜୟସିଂ, ଅରକ୍ଷିତ ନାଗ,ବିଶ୍ୱନାଥ ମହାରଣା, ବିବେକାନନ୍ଦ ନାୟକ,ମହେନ୍ଦ୍ର ମହାନ୍ତି,କୁଳମଣି ମଲ୍ଲିକ ପ୍ରମୁଖ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ସାକ୍ଷାତ କରି ସ୍ଥାୟୀ ନିଯୁକ୍ତି ଦେବା ନିମନ୍ତେ ଦାବୀ ପତ୍ର ପ୍ରଦାନ କରିଥିଲେ l ଏହି ଦାବୀ ପତ୍ର ପ୍ରଦାନ ସମୟରେ ନବରଙ୍ଗପୁର ଜିଲ୍ଲା ଏଆଇଟି ସଭାପତି ଲକ୍ଷ୍ମୀକାନ୍ତ ଯୋଶୀ, ସମ୍ପାଦକ ମଧୁସୂଦନ ଟିକାଦାର, କୋଷାଧକ୍ଷ କିଶୋର ନାୟକ, ହେମେଶ୍ୱର ଗୌଡ଼,ପର୍ଶୁରାମ ଗଣ୍ଡା ,ଭାବିରାମ ହରିଜନ, ନବୀନ ମାଝୀ,ପ୍ରଫୁଲ କୁମାର ହରିଜନ,ପ୍ରଭୁ ଅମାନତ୍ୟ, ପୁରନ ଦିଶାରୀ,ଚିତ୍ର ପନକା,ଚନ୍ଦ୍ର ବିଷୋୟୀ, ଦେବବ୍ରତ ଢ଼ାଲି,ରାଜୀବ କୁମାର ବିଷୋୟୀ, ଯଶବନ୍ତ ନାୟକ,ବସନ୍ତ ନାଗ, ଜଗନ୍ନାଥ ବାଘ ପ୍ରମୁଖ ଉପସ୍ଥିତ ଥିଲେ l