June 21, 2026

ଉମରକୋଟ ରେ ସନାତନ ବୋର୍ଡ ଗଠନ ପାଇଁ ଦାବି………..

IMG-20241119-WA0025
Share

 

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ସୁନାମଧନ୍ୟ ପ୍ରବଚକ ଦେବକୀ ନନ୍ଦନ ଠାକୁରଜି ଓ ବାଘେଶ୍ୱର ଧାମର ପିଠେ ଶ୍ୱର୍ ଶ୍ରୀମାନ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଜି ଓ ଭାରତ ର ବିଶିଷ୍ଟ ସାଧୁ ସନ୍ତ ଙ୍କ ପ୍ରଚେଷ୍ଟା ରେ ଆସନ୍ତା ୧୬ ତାରିଖ ଦିନ ଭାରତ ର ରାଜଧାନୀ ନୂଆ ଦିଲ୍ଲୀ ଠାରେ ଏକ ବିଶାଳ ହିନ୍ଦୁ ଶୋଭା ଅନୁଷ୍ଠିତ ହେବ। ଏହା କୁ ସମର୍ଥନ କରି ଉମରକୋଟ ବଜରଙ୍ଗ ଦଳ ପକ୍ଷ ରୁ ସନାତନ ଧର୍ମ ର ସୁରକ୍ଷା , ସମୃଦ୍ଧି ଓ ଉନ୍ନତି ଉଦ୍ଦେଶ୍ୟ ରେ ସନାତନ ବୋର୍ଡ ଗଠନ ନିମନ୍ତେ ଦାବୀ ଜଣାଇ ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଉମରକୋଟ ବିଡିଓ ଙ୍କୁ ପ୍ରଦାନ କରା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପଥପ୍ରାନ୍ତ ଶୋଭା କରାଯିବା ପରେ ଦାବୀ ପତ୍ର ବିଡିଓ ଙ୍କୁ ପ୍ରଦାନ କର। ଯାଇଥିଲା। ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି କୃପା ରାମ ସାହୁ, କାର୍ଯ୍ୟକାରୀ ସଭାପତି ସୁନୀଲ କୁମାର ସାହୁ, ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ପ୍ରଖଣ୍ଡ ସଭାପତି ଅଶୋକ କୁମାର ପ୍ରଧାନ, ସମ୍ପାଦକ ଅଶୋକ କୁମାର ପାତ୍ର, ସୁମିତ ଦଳେଇ, ସନ୍ତୋଷ କୁମାର ଜେନା, ସୁବାଷ ବିଷୋୟୀ, ପ୍ରଫୁଲ୍ଲ ପ।ତ୍ର,ଦେବେନ୍ଦ୍ର ଦାସ, ବାଳକୃଷ୍ଣ ସାହୁ, ରମେଶ ଦୋର।, ପଙ୍କଜ ପାତ୍ର, ମିଲୁ ପଣ୍ଡା ଙ୍କ ସମେତ ଅନ।ନ୍ୟ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।