April 26, 2026
ajiro khabar
Share

 

୧-ସାଇବର ସୁରକ୍ଷା ପାଇଁ ୧୧୨୭ ନୂତନ ପୋଲିସ ପଦବୀ, ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ମିଳିବ ନିଯୁକ୍ତି।

 

୨-ଦୀପାବଳି ପାଇଁ କମିଶନରେଟ ପୋଲିସର ଗାଇଡ଼ଲାଇନ, ରାତି ୯ଟା ପରେ ବାଣ ଫୁଟାଇଲେ ହେବ କଡ଼ା ଆକ୍ସନ।

 

୩-ଜଟଣୀ:ଜଟଣୀରେ ବାଣ କିଣିବାକୁ ଭିଡ,ସହର ପ୍ରବେଶ ପଥ ୨ ଘଣ୍ଟା ଜାମ୍।ରାସ୍ତା ପାଶ୍ବରେ ବାଣ ଦୋକାନ ଯୋଗୁଁ ହେଉଛି ଟ୍ରାଫିକ୍ ସମସ୍ଯା ।

 

୪-ନୂଆପଡା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ଓ ଜୟ ଢୋଲକିଆ।

 

୫-ଯାଜପୁର ସହରର ୫୫ ରୁ ଉର୍ଦ୍ଧ୍ୱ ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ ଏବଂ ଲକ୍ଷ୍ମୀନାରାୟଣ।

 

୫-ଜମି ଡିମାର୍କସେନ ପାଇଁ ଆଉ ଯିବାକୁ ପଡ଼ିବନି ତହସିଲ ଅଫିସ, ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ।

 

୬-ବ୍ରହ୍ମପୁର:ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଲୁଟ୍, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି ଅଭିଯୋଗ।

 

୭-କାର୍ତ୍ତିକରେ ପରିବା ମହାଙ୍ଗା; ଆକାଶ ଛୁଆଁ ଦର ଦେଖି କିଣିବାକୁ ଡରୁଛନ୍ତି ଗ୍ରାହକ।ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ହୋଇଛି।

 

୮-ଭୁବନେଶ୍ବର :ଟ୍ରେଡିଂ ଆପ୍ ରେ ୪୦ ଲକ୍ଷ ଠକେଇ,ନାସିକରୁ ମୁଖ୍ଯ ଅଭିଯୁକ୍ତ ଗିରଫ।

 

୯-ସୁନା ଭରିକୁ ଲକ୍ଷେ ୧୯ ହଜାର। ଦାମ୍ ଶୁଣିଲେ ହୋସ୍ ଉଡ଼ିଯାଉଛି।କିଏ ଅଳ୍ପ ସୁନା କିଣି ମନ ବୁଝାଇ ଦେଉଥିଲା ତ ଆଉ କିଏ ସୁନା ବଦଳରେ ରୁପା ଅଳଙ୍କାରଟିଏ କିଣି ଘରକୁ ନେଇଯାଉଥିଲା।

 

୧୦-ଭୁବନେଶ୍ବର:ଧନତେରାସ୍ ବଜାର, ୨୫୦ କୋଟିର ସୁନା ହେଲା ବିକ୍ରି।ଚଢା ଦରରେ ବି ଭିଡ ଜୋର।

 

୧୧-ବାଙ୍ଗିରିପୋଷି ସ୍ଥିତ ଦ୍ଵାର ଶୁଣି ଘାଟି:ଘାଟିରୁ ଓଲଟି କାର ଉପରେ ଖସି ପଡ଼ିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ।

 

୧୨-୧୦୦ ଚୋରି ମୋବାଇଲ ଓ ୫୦୦ ବାଇକ ଫେରାଇଲା କେନ୍ଦୁଝର ପୋଲିସ, ୫ ବର୍ଷ ତଳେ ହୋଇଥିଲା ଚୋରି।

 

୧୩-ଆଠଗଡ:କଟକ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ସାମଗ୍ରୀ ଜବତ, ମାଫିଆ ଚମ୍ପଟ।

 

୧୪-ଦୀପାବଳି ପାଇଁ ୨୦ ଓ ୨୧ ତାରିଖ ସରକାରୀ ଛୁଟି, ୨୧ ତାରିଖରେ ବ୍ୟାଙ୍କ ଓ ଅନ୍ୟ ବିତ୍ତିୟ ସଂସ୍ଥା ଖୋଲା ରହିବ।

 

୧୫-ଅକ୍ଟୋବରରେ ପୁଣି ବାତ୍ୟା ଆଶଙ୍କା, ୨୧ରେ ଆସୁଛି ଲଘୁଚାପ,୨୩ ତାରିଖ ସୁଦ୍ଧା ହେବ ଘନୀଭୂତ।

 

୧୬-ଇଣ୍ଡି ମେଣ୍ଟକୁ ଝଟକା, ଅଲଗା ହେଲା ଜେଏମ୍ଏମ୍, ଏକା ଲଢ଼ିବ ବିହାର ନିର୍ବାଚନ।

 

୧୭-ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଛି ଧଳା ଜହର; ବ୍ରାଉନସୁଗାର ଗ୍ୟାଙ୍ଗରେ ଅଛି ଲେଡି ଡନ୍ ଅନିତା ପରମଗୁରୁ।

 

୧୮-BSNL ଆଣିଛି ଧମାକା ଦିୱାଲି ଅଫର, ୧ ଟଙ୍କାରେ ଗପିବେ ମନ ଇଛା, ଦିନକୁ ପୁଣି 2GB ଡାଟା।

 

୧୯-କ୍ରିକେଟ୍:ଆଜିଠୁ ଭାରତ – ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା,ପର୍ଥରେ ପ୍ରଥମ ଲଢେଇ।

 

୨୦-ଘନଉଛି ଆଫଗାନିସ୍ତାନ ଓ ପାକିସ୍ତାନ ଯୁଦ୍ଧ, ଅସ୍ତ୍ରବିରତି ଘୋଷଣା ସତ୍ତ୍ବେ ପାକ୍ ଏୟାର ଷ୍ଟ୍ରାଇକ୍‌ରେ ୧୪ ନାଗରିକ ନିହତ।