ବାଲିହରଚଣ୍ଡୀ ଗଣଦୁଷ୍କର୍ମ, ବ୍ରହ୍ମଗିରି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଗତ ଶନିବାର ଦିନ ପୁରୀଜିଲ୍ଲା ବ୍ରହ୍ମଗିରି ମା ବାଲିହରଚଣ୍ଡୀ ପୀଠକୁ ଜୈନିକ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ ଗଣଧର୍ଷଣ ର ଶିକାର ହୋଇଥିଲେ l ପୁରୀ ସଦରଥାନା ପୋଲିସ ସମସ୍ତଙ୍କୁ ଗିରଫ କରିବା ସହିତ ମୁଖ୍ୟ ଅଭିଯୁକ୍ତକୁ ବିଶାଖାପାଟଣା ରୁ ଗିରଫ କରି ପୁରୀ ଆଣିଛି l ପୁରୀ ସଦର ପୋଲିସ ସମସ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଆଣି କିଭଳି ଘଟଣା ଘଟଇଲେ ତାହାର କୌଣସି ନାଟକୀୟ ରୂପାନ୍ତର ନକରିବା ଏବଂ ସେମାନଙ୍କ ପ୍ରତି କୋହଳ ମନୋଭାବ ରଖିବା ଉପରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ଆଲୋଚନା କରିବା ସହିତ ପ୍ରତି ପର୍ଯ୍ୟଟନ ସ୍ଥଳୀ ରେ ଫାଣ୍ଡି ସ୍ଥାପନ କରିବା ସହିତ ବାଲିହରଚଣ୍ଡୀ ପୀଠରେ ସିସି କ୍ୟାମେରା ଲଗାଇ ସିକ୍ୟୁରିଟି ମୁତୟନ କରିବା ଏହିଭଳି ଅପରାଧ କରୁଥିବା ବ୍ୟକ୍ତିତ୍ୱ ମାନଙ୍କୁ ନିଜ ଗ୍ରାମରେ ସାମାଜିକ ବାସନ୍ଦ କରିବା ଜରୁରୀ ବୋଲି ପୁରୀଜିଲ୍ଲା ପ୍ରଦେଶ କଂଗ୍ରେସ ସଂଯୋଜକ ଇଞ୍ଜିନିଅର ରାଜେଶ କୁମାର ମିଶ୍ର ସାମ୍ବାଦିକ ମାନଙ୍କୁ ଜଣାଇଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ଉମାକାନ୍ତ ବରାଳ, ଯୁବ କଂଗ୍ରେସ ସଭାପତି ଦେବାଶିଷ ସାହୁ, ଛାତ୍ର କଂଗ୍ରେସ ସଭାପତି ନକୁଳ ବେହେରା, ଦୀପକ କୁମାର ଜେନାଙ୍କ ସହିତ ବ୍ରହ୍ମଗିରି ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
