September 21, 2024

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ…….

Share

 

ନବରଙ୍ଗପୁର:-୧୯/୦୯/୨୪(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ୧୯/୦୯/୨୦୨୪ ରିଖ ଦିନ ମହିଳା ମହାବିଦ୍ୟାଳୟ, ନବରଙ୍ଗପୁରଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ ଜାତୀୟ ଆଇନ ସେବା ପ୍ରାଧିକରଣର ବିଭିନ ଆଇନ ବିଷୟରେ ତଥା ମହିଳା ମାନଙ୍କ ଉପରେ ହେଉଥିବା ଏସିଡି ଆକ୍ରମଣ ସ୍କୀମ -୨୦୧୬ ଓ ପୀଡିତା ମାନଙ୍କୁ ଦିଆ ଯାଉଥିବା କ୍ଷତୀ ପୂରଣ ସ୍କୀମ-୨୦୧୭ ଓ ମହିଲା ମାନଙ୍କ ଉପରେ ହେଉଥିବା ବିଭିନ୍ନ ଯୌନ ଓ ଅନ୍ୟ ଅପରାଧ-୨୦୧୮ ସାମାଜିକ ଗଣମାଧ୍ୟମ ସୁରକ୍ଷା ବିଷୟରେ, ସାଇବର ସୁରକ୍ଷା ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଶ୍ରୀଯୁକ୍ତ ମଳୟ ତ୍ରିପାଠୀ, ମୁଖ୍ୟ ଜିଲ୍ଲା ଚିକିଛା ଅଧିକାରୀ, ନବରଙ୍ଗପୁର ଶ୍ରୀମତୀ ମାଲେଶ୍ଵରୀ ସାହୁ, ଅଧକ୍ଷ୍ୟା, ମହିଳା ମହାବିଦ୍ୟାଳୟ, ନବରଙ୍ଗପୁର, ଡାଃ ସଞ୍ଜୁକ୍ତା ପଣ୍ଡା, ଶ୍ରୀଯୁକ୍ତ ବିନୋଦ ବିହାରୀ ପ୍ରଧାନ, ଶ୍ରୀମତୀ ସୁନିତା ପାତ୍ର, ଡାଃ ଏମ॰ ରୋହିନୀ ରାଣୀ, ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀ, ସଭାପତି ଜିଲ୍ଲା ଓକିଲ ସଂଘ, ନବରଙ୍ଗପୁର ଶ୍ରୀମତୀ କିଶୋରୀ ପଟ୍ଟନାୟକ, ପାନେଲ ଳୟର ନବରଙ୍ଗପୁର,ଶ୍ରୀମତୀ ରାଖୀ ଜୈନ, ସୀମା ଲାକ୍ରା, ଉପ ଆରକ୍ଷୀ ନବରଙ୍ଗପୁର ଓ ପାରା ଲିଗାଲ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀମତୀ ସୁନିତା ପାତ୍ର, ଅଧ୍ୟାପିକା, ମହିଳା ମହାବିଦ୍ୟାଳୟ, ନବରଙ୍ଗପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।