April 29, 2026
IMG-20240919-WA0026
Share

 

 

ରାତିରେ ବାଲି ଦଲାଲ ସକ୍ରିୟ ହୋଇ ଗୁଡ଼ାରୀ ଓ ଗୁଣୁପୁର ବଂଶଧାରା ନଦୀ ତଟ ମଧ୍ୟରୁ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ କରି ଆନ୍ଧ୍ର ପ୍ରଦେଶରେ ଉଚ୍ଚା ଦରରେ ବିକ୍ରି କରି ଓଡିଶାର ରାଜସ୍ବକୁ କ୍ଷତି ପହଞ୍ଚାଉ ଛନ୍ତି. ପ୍ରକାଶ ଥାଉ ଯେ, ଗତ ସପ୍ତାହ ରେ ତିନୋଟି ଟ୍ରକ ବାଲିକୁ କାଶୀନଗର ଥାନା ଅନ୍ତର୍ଗତ ହରିପୁର ଘଟି ନିକଟରେ ଅଟକାଇ ଗଜପତି ଖଣି ଅଧିକାରୀ ଅନୁସଙ୍ଗିକ କାଗଜ ପତ୍ର ଯାଞ୍ଚ ବେଳେ ସବୁ ନକଲି ବୋଲି ଜଣା ପଡିବା ପରେ ତିନୋଟି ଗାଡିକୁ ମାତ୍ରାଧିକ ଫାଇନ ପକାଇ ଚାଲାଣ କାଟିଥିବା ସୂଚନା ହସ୍ତଗତ ହୋଇଥିବା ବେଳେ ଗତ କାଲି ରାତିରେ ମଧ୍ୟ ଦୁଇଟି ହାଇୱା ଓ ତିନୋଟି ଟ୍ରକ ବାଲି ଚାଲାଣ ହେଉଥିବା ବେଳେ କାଶୀନଗର ପୋଲିସ ଯାଞ୍ଚ ବେଳେ ଦୁଇଟି ହାଇୱା ଗାଡିର କାଗଜ ପତ୍ର ଠିକ ଥିବା ବେଳେ ତିନୋଟି ଟ୍ରକର କାଗଜ ପତ୍ର ମେଳ ହେଉ ନ ଥିବାରୁ କାଶୀନଗର ସ୍ଥିତ ଥାନାରେ ଗାଡିଗୁଡିକୁ ଜବତ କରି ରଖାଯାଇଥିବା ଗଜପତି ଖଣି ଅଧିକାରୀ ଦିପେନ ପରିଡା ସୂଚନା ଦେଇଛନ୍ତି.(ରାଧାନାଥ ଚୌଧୁରୀ )