March 12, 2026
IMG-20240919-WA0025
Share

 

 

ବଂଶାଧାରା ନଦୀରେ ମଲାମାଛ ଭାସିବା ଘଟଣା ଖବର ସାମ୍ନାକୁ ଆସିବା ପରେ ପ୍ରଶାସନର ଚେତା ପଶିଛି । ସୂଚନା ମୁତାବକ ଗତକାଲି ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଟୁରିଗୁଡ଼ା, ଡ଼ାଙ୍ଗସରଡ଼ା ଓ ହନୁମନ୍ତପୁର ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡ଼ିକ ଦେଇ ପ୍ରବାହିତ ଯାଉଥିବା ବଂଶଧାରା ନଦୀରେ ଶହ ସହ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଥିଲା

ଘଟଣାକୁ ଗୁରୁତ୍ବର ସହ ନେଇ ନଦୀ ପାଣି ବିଷାକ୍ତ ଆଶଙ୍କା କରି ରାୟଗଡା ଜିଲ୍ଲା ପ୍ରଶାସନ ଜଳ ଯୋଗାଣ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛି। ଫଳରେ ନଦୀ ପ୍ରବାହିତ ହେଉଥିବା ନିକଟସ୍ତ ସହରରେ ବଂଶଧାରା ନଦୀ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ନଦୀ ଜଳକୁ ଜଳ ପରୀକ୍ଷଣ କେନ୍ଦ୍ର ଭୁବନେଶ୍ବରକୁ ପଠାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପକ୍ଷରୁ ଜଣାପଡିଛି। ପରୀକ୍ଷଣ ରିର୍ପୋଟ ଆସିବା ପରେ ଜଳ ଯୋଗାଣ ସ୍ବାଭାବିକ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଜଳ ଯୋଗାଣ ଠପ୍ ହୋଇଯିବା ଦ୍ବାରା ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।(ରାଧାନାଥ ଚୌଧୁରୀ )