ପ୍ରତିଦିନ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ।
ପ୍ରତିଦିନ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ।
କୋରାପୁଟ ଜିଲ୍ଲା ଜୟପୁର,୧୯।୯ ଜୟପୁରର ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୟପୁର ନଂ ୩ ବିଦେଶୀ ମଦ ଦୋକାନର ବ୍ୟବସାଇ ଏବଂ ସୋହଯୋଗୀ ମାନେ ଆକ୍ରମଣ କରି ମାଡ଼ ମାରିଥିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗକୁ ନେଇ ଜୟପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।ଜୟପୁର ଟାଉନ ଥାନା ଅଧିକାରୀ ତୁରନ୍ତ ଏକ ମାମଲା ନଂ ୨୯୫/୨୩ ରୁଜୁ କରି ଆଇପିସିର ଧାରା ୩୪୧,୨୯୪,୩୨୩,୩୨୫,୫୦୬,୩୪ ଦଫାରେ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।ପ୍ରକାଶ ଥାଉକି ଜୟପୁର ସହରର ପ୍ରାୟ ସମସ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡିକରେ ଠିପି ଖୋଲି ଖୁଲମ ଖୁଲା ମଦ ବିକ୍ରି କରୁଥିବା ବହୁବାର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ମଧ୍ୟ ସାଧାରଣ, ପୋଲିସ, ଅବକାରୀ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି କାହିଁକି ପଡ଼ୁନାହିଁ ନା ଧରପୋଗୋଡ଼ ନକରିବାପାଇଁ ଆପ୍ୟାଇତ ହୋଇ ଉଦେଶ୍ୟ ମୂଳକ ଭାବେ ନିରବ ରହୁଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ଏବଂ ଜିଲ୍ଲପାଳଙ୍କ ନିର୍ଦ୍ଦେଶ ଅନଯାୟୀ ସହର ମଝିରେ ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ସେହି ଦୋକାନ ସମ୍ମୁଖରେ ଗୋଟିଏ ପୌର ପାଳିକା ର ସରୋଜିନୀ ଭବନ ରହିଛି ଗୋଟିଏ ଦାନ୍ତ ଚିକିସ୍ତାଳୟ ଡାକ୍ତର ଖାନା ରହିଅଛି ପାଖରେ ଗୋଟିଏ ସ୍କୁଲ୍ ଏବଂ କଲେଜ୍ ମଧ୍ୟ ରହିଛି କିନ୍ତୁ ସେହି ସହର ମଝିରେ ଗୋଟିଏ ମଦ ଦୋକାନକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବହୁତ ଦୁଃଖର ବିଷୟ ଓ ସର୍ବାଧିକ ଖୁଚୁରା ମୂଲ୍ୟ ଦର ଠାରୁ ଅଧିକା ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ହେଉଛି । ରାତି ୧୦ ଟା ପରେ ମଧ୍ୟ ବହୁତ୍ ସମୟ ଧରି ମଦ ବିକ୍ରି କରୁଛନ୍ତି ବୋଲି ସ୍ଥାନୟ ଅଞ୍ଚଳବାସୀଙ୍କ ଅଭିଯୋଗ ହେଉଛି, କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ଜୟପୁର ପ୍ରସାଶନ ତରଫରୁ କୌଣଷି ଦୃଷ୍ଟି ଆକର୍ଷଣ ହେଉନାହିଁ । ଯାହା ଫଳରେ ଜୟପୁର ସହରରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ବଢିବରେ ଲାଗିଛି । ଏହା ପାଇଁ ଦାୟୀ କିଏ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହେଉଛି । ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର ,ନା ସାଧାରଣ ଜନତା ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା