April 30, 2026

ଗଞ୍ଜାମ ଆଇଆଇସି ଙ୍କ ସର୍ଗିକାଲ ଷ୍ଟାଇକ,12 ଗିରଫ,ବାଇକ, ମୋବାଇଲ ଫୋନ,ଟଙ୍କା ଜବତ

IMG-20230919-WA0010
Share

ଗଞ୍ଜାମ ଆଇଆଇସି ଙ୍କ ସର୍ଗିକାଲ ଷ୍ଟାଇକ,12 ଗିରଫ,ବାଇକ, ମୋବାଇଲ ଫୋନ,ଟଙ୍କା ଜବତ

====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଥାନାକୁ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ କାଇଁଚପୁର ଗ୍ରାମରୁ ଯୁଆଡ଼ି କୁ ଧରିବାରେ ଗଞ୍ଜାମ ଥାନା ଅଧିକାରିଣୀ ଙ୍କୁ ମିଳିଛି ବଡ଼ ସଫଳତା l ଏହି ଥାନାରେ ପ୍ରଥମ ଥର ଲାଗି ନିଯୁକ୍ତ ହୋଇଥିବା ଜଣେ ଦକ୍ଷ ମହିଳା ଥାନା ଆଇଆଇସି ସୁମିତ୍ରା ପାତ୍ର ଦାୟିତ୍ୱ ଗ୍ରହଣ କରିବା ଠାରୁ ଥାନା ଅଧିକାରୀ ପ୍ରଥମରୁ ଆକ୍ସନ ମୁଡ଼ରେ ଥିବା ଦେଖିବାକୁ ମିଳିଛି l ପ୍ରଥମେ ଆକ୍ସନ ନେଇଛନ୍ତି ଜୁଆ ଆଡ୍ଡାରେ ଚଢ଼ାଉ l ଆଇଆଇସି ପାତ୍ରଙ୍କ ନେତୃତ୍ୱରେ ବଡ଼ କାଇଁଚପୁର ଗ୍ରାମ ଶେଷରେ ବହୁ ବର୍ଷ ଧରି ଚାଲିଥିବା ଜୁଆ ଆଡ୍ଡାରେ ସୋମବାର ଚଢ଼ାଉ କରାଯାଇଛି l ଉକ୍ତ ଜୁଆଆଡ୍ଡାରୁ 12 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଚାରୋଟି ବାଇକ, 10 ଟି ଦାମୀ ମୋବାଇଲ ଫୋନ ଏବଂ 77 ହଜାର ଟଙ୍କା ଜବତ କରାଯାଇଥିବା ଗଞ୍ଜାମ ଥାନା ଅଧିକାରୀ ଶ୍ରୀମତୀ ପାତ୍ର ଗଣମାଧ୍ୟମ ସୂଚନା ଦେଇଛନ୍ତି l ସାନ କାଇଁଚପୁର ଓ ବଡ଼ କଇଁଚପୁର ମଝିରେ ଏକ ଶୀତତାପ ନିୟନ୍ତ୍ରଣ କୋଠରୀରେ ଦୀର୍ଘ ବର୍ଷ ହେବ ଜୁଆ ଆଡ୍ଡା ଚାଲିଥିଲା l କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରି ସଫଳତା ହାସଲ କରିଥିବା ବେଳେ ନୂତନ ଆଇଆଇସି ଏହି ଭଳି କାର୍ଯ୍ୟଶୈଳୀକୁ ସହର ତଥା ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି l ଚଢ଼ାଉ ବେଳେ ଥାନା ଏଏସଆଇ ରାଓଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l