August 19, 2026

ଉମରକୋଟ ଭିଡିଓ ବାର୍ତ୍ତା ରେ ଅନୁଭୂତି ବଖାଣିଲେ ଆମେରିକୀୟ ଯୁବକ….

IMG-20260819-WA0010
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବିଦେଶୀ ସିନେମା ମେକରଙ୍କୁ ଆକର୍ଷିତ କଲା ଓଡ଼ିଶାର ମାଗଣା ସ୍ବାସ୍ଥ୍ୟ ସେବା ସୋସିଆଲ ମିଡ଼ିଆ ରେ ରଖିଲେ ନିଜର ଅନୁଭୁତି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଜାମରଣ୍ଡା ଅଞ୍ଚଳର ମମତା ସରକାରଙ୍କ ଘରକୁ ଆସିଥିଲେ ଏହି ୨୮ ବର୍ଷୀୟ ମାଇକ୍ ନୁନ୍ ବୁଲିବାକୁ ଆସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଆମେରିକା ର ମାଇକ ନୁନ୍ ତାଙ୍କୁ ପୂଜାରୀ ଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ନେଇଯାଇ ଥିଲେ ସେଠାରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ଅନୁଭବ କରିଥିଲେ । ଆଉ ଏହାକୁ ସେ ଆମେରିକାର ର ମହଙ୍ଗା ସ୍ଵାସ୍ଥ୍ୟ ସେବା ସହିତ ତୁଳନା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ରେ ଏହା କହିଛନ୍ତି ଆମେରିକୀୟ ନାଗରିକ ମାଇକ୍ ନୁନ୍ । ସ୍ପଷ୍ଟ କରିଛନ୍ତି ଯେ ସ୍ଥାନୀୟ ଏକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ମାଗଣାରେ ଯେଉଁ ପ୍ରକାର ଚିକିତ୍ସା ଯୋଗାଇ ଦିଆଗଲା, ତାହା ଆମେରିକାରେ ହୋଇଥିଲେ ହଜାରେ ରୁ ଅଧିକ ଡଲାର ଖର୍ଚ୍ଚ ହୋଇଥାନ୍ତା। ଏଭଳି ସେବା ଓ ଆତିଥ୍ୟ ତାଙ୍କ ଓଡ଼ିଶା ଗସ୍ତକୁ ଚିର ସ୍ମରଣୀୟ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକାଟ ବ୍ଳକ ଜାମରଣ୍ଡା ଅଞ୍ଚଳର ମମତା ସରକାରଙ୍କୁ ଘରକୁ ଆସିଥିଲେ ଏହି ୨୮ ବର୍ଷୀୟ ମାଇକ୍। ଘରର ସାନ ପୁଅ ମଂଜିତ ସରକାରଙ୍କ ସାଙ୍ଗ ହୋଇଥିବାରୁ ସପ୍ତାହେ ଧରି ରହିଥିଲେ। ପରିବାର ପକ୍ଷରୁ ତାଙ୍କୁ ସୁନ୍ଦର ଆତିଥ୍ୟ ଦିଆଯାଇଥିଲା। ନିଜ ଘରର ଜଣେ ସଦସ୍ୟ ଭଳି ସେବାଯତ୍ନ କରାଯାଇଥିଲା । ଗାଁରେ ରହିବା ସମୟରେ ମାଇକ୍ ସ୍ଥାନୀୟ ଲୋକଙ୍କ ସହ ମିଶିବା, ଗାଁରେ ବୁଲିବା ଓ ପରିବାର ଲୋକଙ୍କ ସହ ମିଶି ଖାଇବାରେ ବେଶ୍ ମଜା ନେଇଥିଲେ। ତାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତିରେ ଲଙ୍କା ମଧ୍ଯ କମ୍ ଦିଆଯାଉଥିଲା। କୌଣସି କାରଣରୁ ମାଇକ୍ ଅସୁସ୍ଥ ଅନୁଭବ କରିଥିଲେ। ସଂଗେ ସଂଗେ ତାଙ୍କୁ ଉମରକୋଟ ନିକଟସ୍ଥ ପୂଜାରୀଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଛାତିରେ ଜଳାପାଡ଼ା ହେଉଥିଲା। ଗ୍ୟାସ୍ କାରଣରୁ ବାରମ୍ବାର ବାନ୍ତି ହେଉଥିଲା। ଡି ହାଇଡ୍ରେ ସନ୍ ସମସ୍ୟା ବି ରହିଥିଲା। ଡାକ୍ତର ପତିତପାବନ ଦ୍ଵିବେଦି ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଆବଶ୍ୟକ ଇଞ୍ଜେକ୍ସନ୍ ଏବଂ ଔଷଧ ଦେଇଥିଲେ। ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଥିଲା। ଚିକିତ୍ସା ପରେ ମାଇକ୍ ନିଜକୁ ସୁସ୍ଥ ଅନୁଭବ କରି ଫେରିଥିଲେ। ଏହି ସମୟରେ ସେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ।ନିଜ ଦେଶକୁ ଫେରିବା ପରେ ମାଇକ୍ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ଏକ ଭିଡିଓରେ ନିଜ ଅନୁଭୂତି ବାଣ୍ଟିଛନ୍ତି। ସେ କହିଛନ୍ତି, ଗ୍ରାମାଞ୍ଚଳରେ ମିଳୁଥିବା ମାଗଣା ସ୍ବାସ୍ଥ୍ୟସେବା ତାଙ୍କୁ ସ୍ତମ୍ଭୀଭୂତ କରିଛି। ଏହି ଚିକିତ୍ସା ଯଦି ଆମେରିକାରେ ନେଇଥାନ୍ତେ, ତାହେଲେ ହଜାରେ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥାନ୍ତା। ଏଥିସହ ଓଡ଼ିଆଙ୍କ ‘ଅତିଥ୍‌ ଦେବୋ ଭବାଃ’ ପରମ୍ପରା ତାଙ୍କ ମନ କିଣିନେଇଛି। ମାଇକ୍‌ଙ୍କ ଭଳି ଜଣେ ବିଦେଶୀ ଅତିଥିଙ୍କ ଏହି ଦୁଇ ନିଆରା ଅନୁଭୂତି ଏବେ ଭିନ୍ନ ବାର୍ତ୍ତା ଦେଇଛି।