ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସହିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ, ଆଜି ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ “ଇଣ୍ଡିଆ ମେଣ୍ଟ” ତରଫରୁ ନିମ୍ନଲିଖିତ ଅଭିଯୋଗ ଯଥା
(୧) ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା (୨) ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ବ୍ୟାପକ ତୃଟି ପାଇଁ ଏକ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା (୩) ଏମ.ଏମ.ଡି.ଆର ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ତା୦୮/୧୦/୨୦୨୬ରିଖ ସକାଳ ୬ଘଣ୍ଟା ଠାରୁ ଅପରାହ୍ନ ୬ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପ୍ରସଙ୍ଗରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଉପସଭାପତି ଶିବାନନ୍ଦ ରାୟ ଏବଂ ଇଣ୍ଡିଆ ବ୍ଲକ ମେଣ୍ଟର ଅନ୍ୟାନ୍ୟ ନେତା ଯଥା ପ୍ରଦିପ ମହାନ୍ତି-ସିପିଆଇଓ ଜିଲ୍ଲା ମୁଖ୍ୟ,
ସିପିଆଇ ଏମ ଜିଲ୍ଲା ସଂପାଦକ ଜଗନ୍ନାଥ ଦେଓ, ପୁରୀ ଜିଲ୍ଲା ଓକିଲ ସଂଘ ସାଧାରଣ ସମ୍ପାଦକ ଶରତ ରାୟଗୁରୁ, ନଳିନୀ ସ୍ବାଇଁ ସାଧାରଣ ସମ୍ପାଦକ ପିସିସି ଓ ଅଶୋକ ମଙ୍ଗରାଜ ସାଧାରଣ ସମ୍ପାଦକ ପିସିସି ଏବଂ ପ୍ରେମାନନ୍ଦ ମହାନ୍ତି ପୁରୀ ବାର ଆସୋସିଏସନ ସଭାପତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ. ବ୍ଲକ କଂଗ୍ରେସ ସଭାପତି ମାନଙ୍କ ସହ ଜ଼ିଲ୍ଲା କମିଟି ର ଅନେକ କର୍ମକର୍ତ୍ତା, ବରିଷ୍ଠ ନେତୃତ୍ୱ, କର୍ମୀ, ଯୁବ ଓ ଛାତ୍ର ଯୋଗଦେଇ ଓଡ଼ିଶା ବନ୍ଦ ସଂପର୍କରେ ଆଲୋଚନା କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
