August 19, 2026
ajiro khabar
Share

 

 

୧-ଭୁବନେଶ୍ୱର:ବିଦେଶରେ ପାଠ ପଢ଼ିବାକୁ ଓଡ଼ିଶା ସରକାର ଦେବେ ଟଙ୍କା; SC-ST ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ଲକ୍ଷ ଯାଏଁ ସହାୟତା, ଆଜିଠୁ ୩୧ ତାରିଖ ଯାଏଁ ରହିଛି ଆବେଦନ ଅବଧି।

 

୨-ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ୍ : ହାଇକୋର୍ଟରେ ନିଯୁକ୍ତ ହେବେ ୪ ବିଚାରପତି।

 

୩-OES ନିଯୁକ୍ତି ପରୀକ୍ଷା ପାଇଁ ଢାଞ୍ଚା ଜାରି; ଦୁଇଟି ପର୍ଯ୍ୟାୟରେ ୬୭୫ ମାର୍କର ହେବ ପରୀକ୍ଷା।

 

୪-ଭୁବନେଶ୍ୱର:ପିଜି ନାମଲେଖା ଦ୍ଵିତୀୟ ମେଧା ତାଲିକା ପ୍ରକାଶ:ପ୍ରଥମ ରାଉଣ୍ଡରେ ଚୟନ ୬୦% ନାମଲେଖାଇଲେ ନାହିଁ।

 

୫-ସମ୍ବଲପୁର:୧୫ ଗେଟ୍‌ ଖୋଲା, ହୀରାକୁଦରୁ ବିପୁଳ ପାଣି ନିଷ୍କାସନ; ମହାନଦୀରେ ତେଜ ହେଲା ଜଳପ୍ରବାହ।

 

୬-ଭୁବନେଶ୍ୱର:ବନ୍ୟା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ହଜାରେ କୋଟିର ପ୍ୟାକେଜ୍‌, ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୨୨,୫୦୦ ଟଙ୍କା।

 

୭-ରୁଫଟପ୍ ସୋଲାର କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା। ଦେଶରେ ୧୩ତମ ସ୍ଥାନରୁ ଉଠି ୭ମ ସ୍ଥାନରେ ପହଞ୍ଚିଛି ଓଡ଼ିଶା।

 

୮-ପଶ୍ଚିମ ଓଡ଼ିଶାକୁ ବଡ଼ ଝଟକା; ଅକ୍ଟୋବର ୨୪ ଯାଏଁ ଝାରସୁଗୁଡ଼ା-ଭୁବନେଶ୍ୱର ଫ୍ଲାଇଟ୍‌ ବନ୍ଦ, ଯାତ୍ରୀଙ୍କ ଚିନ୍ତା ବଢ଼ିଲା।

 

୯-ଓଡ଼ିଶାରେ ସକ୍ରିୟ ଲଘୁଚାପ, ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ଜାରି।

 

୧୦-ଅଗଷ୍ଟ ୨୮ରେ ପରଦାକୁ ଆସିବ ‘ମହାପ୍ରଭୁ ଜଗନ୍ନାଥ’; ସୁପ୍ରିମକୋର୍ଟରୁ ମିଳିଲା ଗ୍ରୀନ୍‌ ସିଗନାଲ, ଦେଶବ୍ୟାପୀ ହେବ ରିଲିଜ୍‌।

 

୧୧-୨୪ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଅନଲାଇନ୍ ପଞ୍ଜୀକରଣ ଆଜିଠୁ।

 

୧୨-ଲକ୍ଷ୍ମୀପୁର:ଭୂମିକମ୍ପରେ ଥରିଲା କୋରାପୁଟ, ଭୟରେ ଘରୁ ବାହାରି ଆସିଲେ ଲୋକେ।

 

୧୩-ଜୟପୁର:ଆଠ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଝରାପାଲି ସର୍କଲର ଆରଆଇ।

 

୧୪-ମାଲକାନଗିରି: ଦେଢ଼ କୋଟିର ଗଞ୍ଜେଇ ଜବତ,୨ ଆନ୍ତଃରାଜ୍ୟ ତସ୍କର ଗିରଫ।

 

୧୫-ନିମ୍ନମାନର ଖାଦ୍ୟ ପାଇଁ ସିଡିଏ-୬ରେ ଥିବା ୨ଟି ହୋଟେଲ୍ ସିଲ୍।ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କେ.ଏମ.ସି. ପକ୍ଷରୁ ସ୍ୱାସ୍ଥ୍ୟ ଓ ଖାଦ୍ୟ ଯାଞ୍ଚ ଅଭିଯାନ ଜାରି।

 

୧୬-ବାଲେଶ୍ୱର,ପାଟପୁର ଗାଁ:ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ! ଯୁବତୀଙ୍କ ଘରେ ପଶି କଲା ରକ୍ତାକ୍ତ ଆକ୍ରମଣ।

 

୧୭-ନୂଆ ଦିଲ୍ଲୀ:ଘୋଷଣା ହେଲା ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫; ୧୭ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର, ୫ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ସମ୍ମାନ।

 

୧୮-ଚେନ୍ନାଇ:ମହିଳାଙ୍କୁ ଥଲାପତିଙ୍କ ବଡ଼ ଉପହାର, ତୃତୀୟ ସନ୍ତାନ ଜନ୍ମ ଉପରେ ବି ମିଳିବ ୩୬୫ ଦିନର ମାତୃତ୍ଵ ଅବକାଶ।

 

୧୯-ଗାଲେ:ବିଜୟ ଠାରୁ ୬ ଓ୍ବିକେଟ୍ ଦୂରରେ ଭାରତ, ଶ୍ରୀଲଙ୍କାକୁ ବର୍ଷା ଭରସା।

 

୨୦-ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ଅଭିଯୋଗ: ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଗିରଫ।

 

୨୧-ମହିଳା ହକି ବିଶ୍ୱକପରେ ଭାରତ ଭାଙ୍ଗିଲା ୫୨ ବର୍ଷ ପୁରୁଣା ରେକର୍ଡ, ଦକ୍ଷିଣ ଆଫ୍ରିକାକୁ ୬-୧ରେ ହରାଇ ହାସଲ କଲା ସବୁଠାରୁ ବଡ଼ ବିଜୟ।

 

୨୨-କାବୁଲରେ ଏକ ସ୍କୁଲ ନିକଟରେ ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ: ୫୦ରୁ ଅଧିକ ଶିଶୁ ଆହତ।