ଉମରକୋଟ ପୋଲିସ ଦ୍ୱାରା ଉଦ୍ଧାର ହେଲା ୫୪ଟି ହଜିଯାଇଥିବା ସ୍ମାର୍ଟଫୋନ୍ ଓ ରାଇଘର ପୋଲିସ ଦ୍ୱାରା ୨୨ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ…….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ପୋଲିସ ୫୪ ଗୋଟି ମୋବାଇଲ ଠାବ କରିବାରେ ସଫଳ ସୋଇଛି। ଜିଲ୍ଲାର ବିଭିନ୍ନ ଥାନାରେ ହୋଇଥିବା ଅଭିଯୋଗ ଏବଂ ସେଣ୍ଟ୍ରାଲ୍ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର (CEIR) ପୋର୍ଟାଲ୍ରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ପୋଲିସ ୫୪ଟି ହଜିଯାଇଥିବା ସ୍ମାର୍ଟଫୋନ୍ ଉଦ୍ଧାର କରିଛି।ନବରଙ୍ଗପୁର ଜିଲ୍ଲା ସ୍ୱପ୍ନ ଙ୍କ ନିର୍ଦ୍ଦେଶ ରେ ପୋଲିସ ପକ୍ଷରୁ ଅଗଷ୍ଟ ୫, ୨୦୨୬ ରୁ ଅଗଷ୍ଟ ୧୫, ୨୦୨୬ ପର୍ଯ୍ୟନ୍ତ ହଜିଯାଇଥିବା ମୋବାଇଲ୍ ଫୋନ୍ ଗୁଡ଼ିକୁ ଖୋଜିବା ପାଇଁ ଏକ ବିଶେଷ ଅଭିଯାନ ଚଲାଯାଇଥିଲା। ଉମରକୋଟ ସବ୍-ଡିଭିଜନ୍ ଅଧୀନରେ ଥିବା ଉମରକୋଟ ଏବଂ ରାଇଘର ଥାନା ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୫୪ଟି ସ୍ମାର୍ଟଫୋନ୍ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ଏହି ସମସ୍ତ ମୋବାଇଲ୍ ଫୋନ୍ଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ୫,୦୦,୦୦୦ (୫ ଲକ୍ଷ) ଟଙ୍କା ହେବ। ଉମରକୋଟ ଥାନା ପରିସରରେ ଆବଶ୍ୟକୀୟ ଯାଞ୍ଚ ଏବଂ ପ୍ରମାଣପତ୍ର ସତ୍ୟାପାଠ (Verification) ପରେ ସମସ୍ତ ମୋବାଇଲ୍ ଫୋନ୍ ଗୁଡ଼ିକୁ ପ୍ରକୃତ ମାଲିକ ମନଙ୍କୁ ହସ୍ତାନ୍ତର କରାଯାଇଅଛି। ଏହି ଅବସରରେ ସ୍ଥାନୀୟ ଉପଖଣ୍ଡ ପୋଲିସ ଅଧିକାରୀ (SDPO) କହିଛନ୍ତି କି ଯଦି କୌଣସି ଲୋକଙ୍କ ମୋବାଇଲ୍ ଫୋନ୍ ହଜିଗଲେ ସାଙ୍ଗେ ସାଙ୍ଗେ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ ଏବଂ CEIR ପୋର୍ଟାଲ୍ର ସହାୟତା ନିଅନ୍ତୁ।
ଅନ୍ୟ ଏକ ତଥ୍ୟ ଯାହା ରାଇଘର ପୋଲିସକୁ ମିଳିଅଛି । ବାଲିମେଳାରୁ ଛତିଶଗଡ଼କୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ରାଇଘର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳରୁ ଛତିଶଗଡ଼ର ଧମତରୀକୁ ଦୁଇଟି ମୋଟରସାଇକେଲ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ରାଇଘର ଥାନା ଆଇଆଇସିଙ୍କୁ ଗୋପନୀୟ ସୂଚନା ମିଳିଥିଲା। ସୂଚନା ଆଧାରରେ ପୋଲିସ ଟିମ୍ ହିରାପଦର ଯୋଡ଼ିଙ୍ଗା ନିକଟରେ ଓପର ବେଳା (ପ୍ରାୟ ୧୨:୩୦ ରୁ ୧:୦୦ ମଧ୍ୟରେ) ଛକି ରହିଥିଲେ। ଦୁଇଟି ବାଇକ୍ରେ ଆସୁଥିବା ୩ ଜଣ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବା ପରେ ଗଞ୍ଜେଇ ମିଳିଥିଲା। ସ୍ଥାନୀୟ ତହସିଲଦାର ଏବଂ ସ୍ୱତନ୍ତ୍ର ସାକ୍ଷୀଙ୍କ ଉପସ୍ଥିତିରେ ଯାଞ୍ଚ କରାଯିବାରୁ ଅଭିଯୁକ୍ତଙ୍କ ପାଖରୁ ୨୨ କେଜି ୩୦୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଥିଲା। ସେଠାରେ ପୋଲିସ ଗଞ୍ଜେଇ ୨୨ କେଜି ୩୦୦ ଗ୍ରାମ୍ ସହ ୨ ଗୋଟିମୋଟରସାଇକେଲ୍, ୪ ଗୋଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା ₹୧୮,୬୦୦/- ଜବତ କରିଥିଲା। ଏହି ମାମଲାରେ ରାଇଘର ଥାନାରେ NDPS ଆକ୍ଟ ଅଧୀନରେ କେସ୍ ନମ୍ବର ୨୦୪/୨୦୨୬ ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଅଛି।
