June 23, 2026

ଜାତୀୟ ରାଜପଥ ରେ LTକେବୁଲ ବିଦ୍ୟୁତ ତାର ଛିଣ୍ଡିଲା -ଅଳ୍ପକେ ବର୍ତ୍ତିଲେ ଯୁବକ

IMG-20250819-WA0007
Share

 

ଗଞ୍ଜାମ=ପ୍ରଦୀପ କୁମାର ପଣ୍ଡା

 

 

ଗଞ୍ଜାମ ସହର ଶନି ମନ୍ଦିରର ପାଶ୍ୱରେ ଯାଇଥିବା ଷୋହଳ ନମ୍ବର ଜାତୀୟ ରାଜପଥ ଉପରେ ଯାଇଥିବା ଏଲ୍ ଟି କେବୁଲ ବିଦ୍ୟୁତ ତାର ହଟାତ ଛିଡି ପଡିଥିଲା l ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା l ଫଳରେ ଯୁବକ ଜଣକ ଗାଡିରୁ ଛିଟିକି ପଡିଥିଲେ l ସେଠାରେ ସେଠାରେ ଉପସ୍ଥିତ ଥିବା ସ୍ୱେଚ୍ଛାସେବୀ ପପି ମହାଙ୍ଗୁଡ଼ ଓ କାଳିଆ ତାଙ୍କୁ ସଙ୍ଗେ ସଙ୍ଗେ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ସେ ସାମନ୍ୟ ଆହତ ହେବା ସହ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବୋଲି ଆଲୋଚନା ହେଉଛି l ଆହତ ଯୁବକ ହେଲେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ଥାନା ଅନ୍ତର୍ଗତ ବଜ୍ରକୋଟ ମୁନା ସାଗର ନାୟକ (24ବର୍ଷ )ବୋଲି ଜଣା ପଡିଛି l ମୁନା ନିଜ ଆପlଚୀ ଗାଡି ନମ୍ୱର ଓଡ଼ି 07ଏବି 4255 ବାଇକରେ ବ୍ରହ୍ମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଖବର ପାଇ ଗଞ୍ଜାମ ପୋଲିସ ପ୍ରଶାସନ ଓ ବିଦ୍ୟୁତ ସେକ୍ସନ ର ସମସ୍ତ କର୍ମଚାରୀ ବିଦ୍ୟୁତ ସରବରlହ ବନ୍ଦ କରି ଯୁଦ୍ଧ କାଳୀନ ଭିତ୍ତିରେ ଛିଣ୍ଡି ଥିବା ତାର ସଜାଡ଼ିଥିଲେ l ଅନ୍ୟ ପଟେ ତାର ଛିଣ୍ଡିବା ପରେ ଦୁଇ ପାର୍ଶ୍ୱରେ ଗାଡି ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା l ଫଳରେ ବସ ଗୁଡିକ ସହର ଦେଇ ଯାତାୟାତ କରିଥିଲା l ଏସ.ଡି.ପି.ଓ ଚନ୍ଦନ ଘଡେଇ , ଗଞ୍ଜାମ ଥାନା ଏ. ଏସ. ଆଇ ସୁପ୍ରଭା ମେଡାମ୍ ,ଗଞ୍ଜାମ ଇଲେକ୍ଟ୍ରୀ ଜେଇ ସାଗର କୁମାର ପରିଡ଼ା ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲା l

You may have missed