April 28, 2026

ଉମରକୋଟ ଠାରେ ଶ୍ରାବଣ ମାସ ର ଶେଷ ସୋମବାର ରେ ଶୈବପୀଠମାନଙ୍କରେ ଭକ୍ତଙ୍କ ଭିଡ  ଦେଖିବାକୁ ମିଳିଛି………..

IMG-20240819-WA0050
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଶ୍ରାବଣ ମାସର ଶେଷ ସୋମବାର। ଶେଷ ସୋମବାର ପଡିଥିବାରୁ ମହାଦେବଙ୍କୁ ଜଳଲାଗି କରିବା ପାଇଁ ଉମରକୋଟ ସହରର ଆଖପାଖ ଅଂଚଳର ର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଉମରକୋଟ ସହର ମଧ୍ୟରେ ଥିବା ସବୁ ଶିବ ମନ୍ଦିରରେ ବହୁ ସଂଖ୍ୟାରେ କାଉଡ଼ିଆ ଭକ୍ତ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ ମନାସିଛନ୍ତି। ଶେଷ ସୋମବାରରେ ଉମରକୋଟ ଇଶାନେଶ୍ଵର ଶିବ ମନ୍ଦିର, ବାବା ବୈଦ୍ୟନାଥ ଶିବ ମନ୍ଦିର, ନୀଳକଣ୍ଠେଶ୍ଵର ମନ୍ଦିର, ଟାଉନ ଶିବ ମନ୍ଦିର, ପାରୁଆ ଶିବ ମନ୍ଦିର, ସାନଭରଣ୍ଡି ଶିବ ମନ୍ଦିର ଏବଂ ବୁର୍ଜା ଶିବମନ୍ଦିର ଭଳି ପ୍ରମୁଖ ଶୈବ ପୀଠରେ ଭୋରରୁ କାଉଡ଼ିଆଙ୍କ ପ୍ରବଳ ଗହଳି ଲାଗିଥିଲା।ଆଜି ଶେଷ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବାକୁ କାଉଡ଼ିଆଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଉମରକୋଟ ସହରର ବିଭିନ୍ନ ମନ୍ଦିରରେ କାଉଡ଼ିଆମାନେ ଲାଇନ ଲଗାଇ ଜଳ ଲାଗି କରିଛନ୍ତି।ଜଳଲାଗି କରିବା ପାଇଁ କାଉଡ଼ିଆମାନେ ଧୋଡ୍ରା ସ୍ଥିତ ବିଡ୍ରି ଭାସ୍କେଲ ନଦୀତୁଠ ରୁ ବେହେଡା ନଦୀ ତୁଠରୁ ପାଣି ନେଇ ବିଭିନ୍ନ ଶିବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ସହ ଭକ୍ତମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳ ଲାଗି କଲେ ସବୁ ମାନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ର ଆୟୋଜନ କରାଯାଇଥିଲା ‌। ଏଥିପାଇଁ କାଉଡ଼ିଆଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।।