ସାରଳା ପୀଠ ଗୁରୁଚରଣ ଜେନା ଙ୍କ ବିୟୋଗରେ ବିଭିନ୍ନମହଲ ରେ ଶୋକ ..
ତିର୍ତ୍ତୋଲ ତା 19/7/2026 ପ୍ରସିଦ୍ଧ ଝଙ୍କଡ଼ ସାରଳାମନ୍ଦିର ସମ୍ମୁଖସ୍ଥ କନକପୁର ସ୍ଥିତ ବାସଭବନ ରେ ଗତ ରବିବାରଦିନ ବ୍ରାହ୍ମ୍ୟମୁହୂର୍ତ୍ତ ରେ ମା ସାରଳା ଙ୍କ ଭକ୍ତ ତଥା ପୂର୍ବତନମନ୍ତ୍ରୀ ସ୍ବର୍ଗତ ପ୍ରତାପଚନ୍ଦ୍ର ମହାନ୍ତି ଙ୍କ ଘନିଷ୍ଠସହଯୋଗୀ ଗୁରୁଚରଣ ଜେନା (81) ଙ୍କର ହୃଦଘାତ ରେ ପରଲୋକ ହୋଇଯାଇଛି l ସେ ଦୀର୍ଘବର୍ଷ ଧରି ସାରଳାଦାସ ଶ୍ରାଦ୍ଧଉତ୍ସବ କମିଟି ର ସାଧାରଣସମ୍ପାଦକ ଭାବରେ, ସାରଳାପୀଠରେ ସାରଳାଦାସ ଙ୍କ ଶ୍ରାଦ୍ଧଉତ୍ସବ ପାଳନର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ l ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ୱାଳ, ପୂର୍ବତନ ସାଂସଦ ରଞ୍ଜିବି ବିଶ୍ୱାଳ, ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ବିଜେଡି ର ରାଜ୍ୟଗଣମାଧ୍ୟମ ସଂଯୋଜକ ଲେଲିନ ମହାନ୍ତି, ପ୍ରିୟବ୍ରତ ମାଝୀ , ତୁମ୍ଭନାଥ ପଣ୍ଡା, ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ସଭାପତି ଇପ୍ସିତା ସାହୁ, ରାଜ୍ୟ ର ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷl ଡଃ ମିନତୀ ବେହେରା, ଜଗତସିଂହପୁରଜିଲ୍ଲା ବିଜେଡି ର ବରିଷ୍ଠ ଉପସଭାପତି ଅଶ୍ୱିନୀ ଦାସ, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଅଶୋକ କୁମାର ମହାନ୍ତି ଓ ଛାତ୍ରନେତା ବିମଳ ମହାପାତ୍ର ଙ୍କ ସମେତ ବହୁ ଜନପ୍ରତିନିଧି,ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କର ବିୟୋଗରେ ମ୍ରିୟମାଣ ହୋଇ ଗଭୀରଶୋକପ୍ରକାଶ କରିଅଛନ୍ତି l ନାମସଂକୀର୍ତ୍ତନ ଶୋଭାଯାତ୍ରା ରେ ମାଆଙ୍କ ସିଂହଦ୍ୱାର ସମ୍ମୁଖରୁ ବାହାରି ଗ୍ରାମ୍ୟପରିକ୍ରମା କରିଥିଲା l ଏଥିରେ ସ୍ଥାନୀୟ ଅଞ୍ଚଳର ସତ୍ୟଭୂଷଣ ଦାସ, ସଞ୍ଜୟ ମହାନ୍ତି, ବ୍ରଜକିଶୋର ମଲ୍ଲିକ, ପ୍ରତାପ ପରିଜା, ପ୍ରକାଶ ଚନ୍ଦ୍ର ମହାନ୍ତି, ଅଜୟ କୁମାର ରାଉଳ, ଦେବୀପ୍ରସାଦ ରାଉଳ, ଗୁରୁଚରଣ ବ୍ରହ୍ମ, ରବିନାରାୟଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ବିଜୟ ନାୟକ, ଶୁଭନାରାୟଣ ନାୟକ, ରଶ୍ମୀରଞ୍ଜନ ପରିଜା, ଅଶୋକ ସାହୁ, ମନୋରଞ୍ଜନ କୁଅଁର ଓ ସାରଦା ପ୍ରସାଦ ମହାନ୍ତି ଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଅଂଶ ଗ୍ରହଣ କରିଥିଲେ l ଶୋକାକୁଳ ପରିବେଶ ମଧ୍ୟରେ, ବସନ୍ତବଗିଚା ଗ୍ରାମ୍ୟଶ୍ମାଶନ ରେ ଅନ୍ତେଷ୍ଟକ୍ରିୟା ସମୟରେ ତାଙ୍କର ସାନପୁଅ ଅରୁଣ ପ୍ରସାଦ ଜେନା ଉପସ୍ଥିତ ଥିଲାବେଳେ ବଡ଼ପୁଅ ତଥା ରାଜ୍ୟବିଜେଡି ର ମୁଖପାତ୍ର ନାରାୟଣ ପ୍ରସାଦ ଜେନା ମୁଖାଗ୍ନି ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
