April 24, 2026

ରୋହିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ପୋଷାକ ବିତରଣ ଉତ୍ସବ

IMG-20230719-WA0027
Share

ରୋହିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ପୋଷାକ ବିତରଣ ଉତ୍ସବ

କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ କ୍ଳଷ୍ଟର ଅଧିନରେ ଥିବା ରୋହିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ବୁଧବାର ଦିନ ଜିଲ୍ଲାପରିଷଦ ଶିବାନୀ ସେଠୀଙ୍କ କର କମଳରେ ପ୍ରଦୀପ ପାଜ୍ଵଳନ କରାଯାଇ, ତତପରେ ସ୍ଥାନୀୟ ସିଆରସିସି ଦିଲୀପ କୁମାର ଜେନାଙ୍କ ଦ୍ଵାରା ପୋଷାକ ବିତରଣ ଉତ୍ସବ କୁ ଉଦଘାଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୁକୁଡାଖଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଓ ସଭାପତି ଭାବେ ସିମାଞ୍ଚଳ ଜେନା ଯୋଗ ଦେଇ ମଞ୍ଚ କୁ ସୁନ୍ଦର ଓ ଆକୃଷ୍ଟ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ୨୦୨୩/୨୪ ଶିକ୍ଷାବର୍ଷର ପୋଷାକ ବଣ୍ଟନ ଉତ୍ସବ କୁ ଆହ୍ବାନ କରିଥିଲେ ଓ ସେ ମେଧାବୀ ଛାତ୍ର/ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି କିପରି ଆକୃଷ୍ଟ ହେବେ, ସରକାରଙ୍କ ତରଫରୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଭଲ ମଣିଷଟିଏ ହୋଇ ନିଜ ଗ୍ରାମର ଓ ବିଭିନ୍ନ ଦୁନିଆରେ ପରିଚୟ ସୃଷ୍ଟି କରିବେ କିପରି ଛାତ୍ର/ଛାତ୍ରୀଙ୍କୁ ଉପଦେଶ ମାଧ୍ୟମରେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବଶିଷ୍ଠ କୁମାର ଜେନା, ସମିତି ସଭ୍ୟା ଲକ୍ଷ୍ମୀ ସ୍ୱାଇଁ, ଅବସରପ୍ରପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପାଢ଼ୀ , ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଲୋକ ରଂଜନ ରାଉତ ରାଏଙ୍କ କୁକୁଡ଼ାଖଣ୍ତି ବ୍ଲକ ପ୍ରେସ୍ କ୍ଲବ ସଭାପତି ପି. କୃଷ୍ଣମୂର୍ତ୍ତି ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଉକ୍ତ କାର୍ଯକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ଦିଲୀପ ଜେନା ଧନ୍ୟବାଦ ଅର୍ପଣ କରି ସଭାକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଥିଲେ। ପରେ ଆଜି ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସ୍ଥାନୀୟ ସରପଞ୍ଚ ଶ୍ରୀ ଜେନାଙ୍କ ନେତୃତ୍ଵରେ ଆୟୋଜିତ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଯୋଗ ଦେଇ ବିଭିନ୍ନ ପ୍ରକାର ଗଛ ଆମ୍ବ, ନିମ୍ବ, କଦମ୍ବ, ଜାମକୋଳି ଓ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ପ୍ରାକୃତିକ ପରିବେଶର ସୁରକ୍ଷା ସାଙ୍ଗକୁ ଗୋଟିଏ ଗଛ କୋଟିଏ ଜୀବନ ଲକ୍ଷ୍ୟରେ ବୋଲି ମୁଖ୍ୟ ଅତିଥି ଅଭିଭାଷଣରେ ଉଦବୋଧନ ଦେଇଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed