April 27, 2026

ପ୍ରଭାତୀ ଅପା ଆମକୁ ନ୍ୟାୟ ଦିଅନ୍ତୁ ..

IMG-20250619-WA0017
Share

ପୁରୀଠାରେ “ସୁଭଦ୍ରା ଶକ୍ତି ମେଳା” ରେ ଜିଲ୍ଲାସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କରାଯାଇଥିଲା l ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଗୋପବ୍ଲଜ ଅଣ୍ଡରାଇଚ୍ଛାପୁର ଗ୍ରାମପଞ୍ଚାୟତର ମା ଝାଡ଼ମାନେଶ୍ଵରୀ ଏସଏସଜି ର ସଦସ୍ୟାମାନେ ଗୋପ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଆସିଥିଲେ l ଏସଏସଜି ର ସଭାନେତ୍ରୀ ଶାନ୍ତିଲତା ନାୟକଙ୍କ କହିବାନୁସାରେ ସୁଭଦ୍ରା ଶକ୍ତି ମେଳାରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କୁ ଆସି ପୁରୀ ମୁନିସିପାଲିଟି କଲ୍ୟାଣ ମଣ୍ଡପଠାରେ ଆମିଷ ନିରାମିଷ ଖାଦ୍ୟ ସହିତ ପିଠା ଇତ୍ୟାଦି ଶାନ୍ତିଲତାଙ୍କ ସହିତ ମିନର୍ଭା ପ୍ରଧାନ ଓ ସୁକାନ୍ତି ପ୍ରଧାନ ମିଶି ଚାଳିଶ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ପ୍ରତିଯୋଗିତା ଷ୍ଟଲ ରେ ପରିବେଷଣ କରିଥିଲେ l କିନ୍ତୁ ପୁରସ୍କାର ବିତରଣ ବେଳେ ପୁରୀକୁ ପ୍ରଥମ, କୃଷ୍ଣପ୍ରସାଦ ବ୍ଲକକୁ ଦ୍ଵିତୀୟ ଏବଂ ଗୋପ ବ୍ଲକକୁ ତୃତୀୟ ସ୍ଥାନ ଘୋଷଣା କରି ସମ୍ମାନିତ କରିବା ସମୟରେ ଗୋପ ବ୍ଲଜ ପ୍ରତି ପାତର ଅନ୍ତର କରାଯାଇଛି ପ୍ରଥମ ଦ୍ୱିତୀୟ ତୃତୀୟଙ୍କ ମଧ୍ୟରେ ଆଉଥରେ ପ୍ରତିଯୋଗିତା କରାଯାଉ କହି ମାନପତ୍ର ଫିଙ୍ଗିକରି ଚାଲିଆସି ପ୍ରଭାତୀ ଅପା ଆମ ବିଧାୟକ, ଉପମୁଖ୍ୟମନ୍ତ୍ରୀ ସେ ଆମକୁ ନ୍ୟାୟ ଦେବେ, ” ହେ ପ୍ରଭାତୀ ଅପା ଆମକୁ ନ୍ୟାୟ ମିଳୁ ” ବୋଲି ଗଣମାଧ୍ୟମ ନିକଟରେ ବାରମ୍ବାର କହିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ