ଏନଟିପିସି ତାଳଚେର ଥର୍ମାଲ ୧୯ ମେ’ ୨୦୨୬ରେ ‘ଜିଇଏମ’ କାର୍ଯ୍ୟକ୍ରମ ୨୦୨୬ ଆରମ୍ଭ କରିଥିଲା,
ତାଳଚେର,୧୯/୦୫ ଏନଟିପିସି ତାଳଚେର ଥର୍ମାଲ ୧୯ ମେ’ ୨୦୨୬ରେ ‘ଜିଇଏମ’ କାର୍ଯ୍ୟକ୍ରମ ୨୦୨୬ ଆରମ୍ଭ କରିଥିଲା, ଏହା ୪ସପ୍ତାହ ଆବାସିକ ଏବଂ ମାଗଣା ସିଏସଆର ପଦକ୍ଷେପ ଯାହାର ଲକ୍ଷ୍ୟ ଶିକ୍ଷା, ଜୀବନ କୌଶଳ ଯୋଗ କ୍ରୀଡ଼ା ଏବଂ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକଳାପ ମାଧ୍ୟମରେ ବାଳିକାମାନଙ୍କୁ ସଶକ୍ତ କରିବା । ଚଳିତବର୍ଷ ଜଗନ୍ନାଥପୁର, ତେହରାନ୍ପୁର, ପଡ଼ିଆଭଙ୍ଗା, ସନ୍ଥପଡ଼ା, ଦାସନାଳୀ, ଲିଙ୍ଗରାକଟା, ବନ୍ତୋଲ, ବହ୍ଲର ଏବଂ କୁକୁଡ଼ୁଲା ସରକାରୀ ବିଦ୍ୟାଳୟର ୪୦ଜଣ ବାଳିକା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ଜିଇଏମ ବାଳିକାମାନଙ୍କୁ ସ୍ୱାଗତ କରିବାକୁ ତାଳଚେର ଥର୍ମାଲର ତରଙ୍ଗମ ହଲରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ବିଜୟ ଚାନ୍ଦ କାର୍ଯ୍ୟନତର୍ବାହୀ ନିର୍ଦ୍ଦେଶକ, ପ୍ରବୀର କୁମାର ଜିଏମ ପ୍ରୋଜେକ୍ଟ, ବିଭା ଅଗ୍ରୱାଲା ସାଗରୀକା ଲେଡ଼ିଜ୍ କ୍ଲବ, ରୋହିତ କୁମାର ଏଜିଏମ (ମାନବସମ୍ପଦ) ଏବଂ ଏଚଓଡ଼ି ସାଗରୀକା ଲେଡ଼ିଜ୍ କ୍ଲବର ପଦାଧିକାରୀ ଓ ନିମନ୍ତ୍ରୀତ ବ୍ୟକ୍ତି, ଗ୍ରାମବାସୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଜିଇଏମ – ୨୦୨୬ ଉଦଘାଟନ ହୋଇଯାଇଛି । ସମାବେଶକୁ ସମ୍ବୋଦ୍ଧିତ କରି ଶ୍ରୀ ଚାନ୍ଦ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବ ସଂସ୍କରଣ ମାଧ୍ୟମରେ ସୃଷ୍ଟି ହୋଇଥିବା ପ୍ରଭାବ ଉପରେ ପ୍ରତିଫଳିତ କରିଥିଲେ । ବେଟି ବଂଚାଅ ବେଟି ପଢ଼ାଅର ଦୃଷ୍ଟି କୋଣ ପ୍ରତି ଏନଟିପିସିର ପ୍ରତିବର୍ଦ୍ଧତାକୁ ବର୍ଣ୍ଣନା କରିଥିଲେ । ଗ୍ରାମାଚଂଳ ଝିଅମାନଙ୍କର ଶିକ୍ଷା, ଅଭିବୃଦ୍ଧି ଏବଂ ସଶକ୍ତିକରଣ ପାଇଁ ସୁଯୋଗ ସୃଷ୍ଟି କରିବାନେଇ ଏନଟିପିସି ତାଳଚେର ଥର୍ମାଲ ଦ୍ୱାରା କରାଯାଇଥିବା ପ୍ରୟାସକୁ ଅଭିଭାବକ, ଶିକ୍ଷକ ଏବଂ ଗ୍ରାମବାସୀମାନେ ପ୍ରସଂଶା କରିଛନ୍ତି ।
