April 25, 2026

ଦୀର୍ଘଦିନ ପରେ ଗିରଫ ହେଲେ ଗଞ୍ଜେଇ ଚୋରା ଚାଲାଣ କାରୀ

IMG-20230519-WA0053
Share

ଦୀର୍ଘଦିନ ପରେ ଗିରଫ ହେଲେ ଗଞ୍ଜେଇ ଚୋରା ଚାଲାଣ କାରୀ——-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରୀଗୁଡା ଗ୍ରାମର ପ୍ରସାଦ ଉଠାନସିଂ(୩୦)ବର୍ଷ ୨୭.୮.୨୧ ତାରିଖ ଦିନ ଓଡ଼ି-୦୭ଆର.୨୭୮୬ନିଜ ବୋଲେରୋ ପିକ-ଅପ ଗାଡ଼ିରେ ୬୧୫କେଜି ୩୫୦ଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରିବା ସମୟରେ ମୋହନା ପୋଲିସ ହାବୁଡ଼ରେ ପଡ଼ିଥିଲେ।ମୋହନା ପୋଲିସ ଥାନା କେସ ନମ୍ବର ୧୬୩/୨୧ରେ ଏକ କେସ ରୁଜୁ କରିଥିଲେ।ଆସାମୀ ଘଟଣା ସ୍ଥଳରୁ ଫେରାର ଥିଲେ।ଆଜି ମୋହନା ପୋଲିସ ଆସାମୀ କୁ ଗିରଫ କରିବାରେ ସଫଳ ହୋଇଛି।ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଅସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

You may have missed