November 16, 2024

ଦଶମ ଶ୍ରେଣୀ ପରୀକ୍ଷା ଫଳ, ନିଖିଳରଞ୍ଜନ ଦାସ ଗୁଣୁପୁର ଟପ୍ପର

Share

ଦଶମ ଶ୍ରେଣୀ ପରୀକ୍ଷା ଫଳ, ନିଖିଳରଞ୍ଜନ ଦାସ ଗୁଣୁପୁର ଟପ୍ପର

ରାୟଗଡା, ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ତା 19/05/2023
ଗୁଣପୁର ପୌରପାଳିକା ଅନ୍ତର୍ଗତ ପୁରାତନ ଉଚ୍ଚ ବିଦ୍ୟାଳୟ ବିକ୍ରମପୁର ରେ ଚଳିତ ବର୍ଷ ମୋଟ ୫୦ ଜଣ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ।ସେଥି ମଧ୍ୟରୁ ମୋଟ ୪୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୧ ଜଣ ଅକୃତ କାର୍ଯ୍ୟ ହେବା ସହ ୨ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ତେଣୁ ବିଦ୍ୟାଳୟର ଫଳ ୯୪% ହୋଇଥିବାରୁ ସାଧାରଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ସାଧୁବାଦ ସହ ଧନ୍ୟବାଦ ଜ୍ଞାପନ ଦେଖିବାକୁ ମିଳିଛି । ସୁଶ୍ରୀ ଜ୍ଞାନ ମଞ୍ଜରୀ ମାଳି ସର୍ବାଧିକ ୪୯୭ ନଂବର ପ୍ରାପ୍ତ ସହ ୮୩% ରଖି ବିଦ୍ୟାଳୟର ଟପର ହୋଇଥିବାରୁ ତାଙ୍କୁ ମଧ୍ୟ ଚାରି ଆଡୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି l ଏହି ବିଦ୍ୟାଳୟର ଛାତ୍ର ନିଖିଲରଞ୍ଜନ ଦାସ 530 ନମ୍ବର ରଖି ଅନୁଷ୍ଠାନର ଗୌରବ ବର୍ଦ୍ଧନ କରିଛନ୍ତି l ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ 134 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 131ପାସ କରିଛନ୍ତି l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ 120ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରୀ ପାସ କରିଛନ୍ତି l ସ୍ଥାନୀୟ SLNM ହାଇ ସ୍କୁଲ ର 62ଜଣ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଛନ୍ତି l କିନ୍ତୁ ଦୁଃଖର ବିଷୟ ଏହି ଯେ ସହରରେ ଜଣେ ବି ପରୀକ୍ଷାର୍ଥୀ ପହିନାହାନ୍ତି A1 l ଯାହା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି
l ପରୀକ୍ଷାର୍ଥୀ ମାନେ ଦୁଇ ଦୁଇ ଥର ବୋର୍ଡ ପରୀକ୍ଷା ଦେବାରୁ ସେମାନେ ମାନସିକ ଚାପ ଗ୍ରସ୍ତରେ ରହିଥିବା ଓ ଉପଯୁକ୍ତ ମୂଲ୍ୟାୟନ ବ୍ୟବସ୍ଥାକୁ ବିଦ୍ୟାର୍ଥୀ ଓ ଅଭିଭାବକମାନେ ସ୍ୱଷ୍ଟ ବାରି ନ ପାରିବାରୁ ଏଭଳି ନୈରାଶଜନକ ଫଳାଫଳ ହେଲା ବୋଲି ଅବସରର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସୌଭାଗ୍ୟ ଚନ୍ଦ୍ର ପୋତିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ l