April 25, 2026

ବ୍ରଜାଘାତ ପ୍ରଭାବରେ ୨୩ଗୃହପାଳିତ ପଶୁଙ୍କ ମୃତ୍ୟୁ

IMG-20230519-WA0036
Share

ବ୍ରଜାଘାତ ପ୍ରଭାବରେ ୨୩ଗୃହପାଳିତ ପଶୁଙ୍କ ମୃତ୍ୟୁ

 

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁରୁଣ୍ଡି ପଞ୍ଚାୟତର ବଡମୁନିଗାଁ ଗ୍ରାମରେ ବ୍ରଜାଘାତ ଘଟି ୨୩ଗୋଟି ଗୃହପାଳିତ ପଶୁଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି।ସେ ସମସ୍ତ ଗୋରୁଗାଈଙ୍କ ଚାଷୀ ସାନମୁନିଗାଁ ବୋଲି ଜଣାପଡ଼ିଥିବା ବେଳେ ସେହିପରି ସାନମୁନିଗାଁ ଗ୍ରାମର ତ୍ରିନାଥ ମୁଟିକାଙ୍କ ୩ଟି ବଳଦ,ମୋହନ ରାଓ ମୁଟିକାଙ୍କ୨ଟି ଗାଇ ୨ଟି ବଳଦ ଓ ୨ବାଛୁରୀ, ସୋମେଶ୍ୱର ମାଣ୍ଡାଙ୍ଗିଙ୍କ ୨ଟି ଗାଇ,ତ୍ରିପତି ମୁଟିକାଙ୍କ ୩ଟି ଗାଇ ୨ଟି ବାଛୁରୀ,କସ୍ତୁରୀ ମୁଟ୍ଟିକାଙ୍କ ୧ଟି ଗାଇ,୨ଟି ବାଛୁରୀ,ରାମାରାଓ ମୁଟିକାଙ୍କ ୨ଟି ଗାଇ,୨ଟି ବଳଦ ୧ବାଛୁରୀର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଅନେକଙ୍କ ଚାଳଛପର ଉଡିଯାଇଥିବାବେଳେ ୬ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ସୂଚନା ପାଇ ରାମନାଗୁଡା ପ୍ରାଣୀଧନ ଅଧିକାରୀ ଓ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ନିରୀକ୍ଷକ କୈବଲ୍ୟ ପାଢ଼ୀଙ୍କ ନେତୃତ୍ୱରେ ଯୁଗ୍ମ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଗଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ପରେ ଗୋରୁଗାଈ ଶବକୁ ପୋତିବାକୁ ଅମଙ୍ଗ ହେବାରୁ ରାଜସ୍ବ ନିରୀକ୍ଷକ କୈବଲ୍ୟ ପାଢୀଙ୍କ ସହାୟତାରେ ଏକ ଜେସିବି ସାହାଯ୍ୟରେ ଗୋରୁଗାଈ ଶବକୁ ପୋତା ଦିଆଯାଇଥିଲା।

 

ରିପୋର୍ଟ ରାକେଶ କୁମାର ବେହେରା

You may have missed