ଯୁବ ବିଜେପି ନେତାଙ୍କ ବିଶାଳ ସଂକଳ୍ପ ବାଇକ ଶୋଭାଯାତ୍ରା
ବୋଲଗଡ଼,୧୯।୪/(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ସଦର ମୁଖ୍ୟାଳୟ ସମେତ ବେଗୁନିଆ ବ୍ଲକ ସୀମାନ୍ତ ସାରୁଅ ଠାରୁ ଆରମ୍ଭ ଥାଇ ବିଶାଳ ସଂକଳ୍ପ ବାଇକ ଶୋଭାଯାତ୍ରା ଭାରତୀୟ ଜନତା ପାର୍ଟି ରାଜ୍ୟ ଆଟି ସେଲ ଇନଚାର୍ଜ ତଥା ଯୁବ ବିଜେପି ନେତାଙ୍କ ପକ୍ଷରୁ ରବିବାର ହୋଇଅଛି।ସୂଚନା ମୁତାବକ ରାଜ୍ୟରେ ଡବଲ ଇଞ୍ଜିନ ସରକାର ତଥା କେନ୍ଦ୍ରରେ ଜସ୍ୱସୀ ପ୍ରଧାନ ମନ୍ତ୍ରୀ ମୋଦିଜୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱରେ ଓଡିଶା ରାଜ୍ୟ ସମୂହ ବିକାଶ ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଛି।ଏହି ପରିପ୍ରେକ୍ଷୀରେ ବେଗୁନିଆ- ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଏହି ବିକାଶର ରଥ ଯେପରି ସମସ୍ତ ଜନସାଧାରଣ ଓ ମେହନତ ଖଟିଖିଆଙ୍କ ନିକଟରେ ବେଶ ଆଦୃତ ହୋଇ ପାରିବ,ସେହି ବିଚାର ଧାରା ସଠିକ ମାର୍ଗରେ ଯେପରି ରୂପାନ୍ତରିତ ହେବ ତାହା ମୂଳ ଲକ୍ଷ ବୋଲି ଯୁବ ବିଜେପି ନେତା ମାନସ କୁମାର ବେହେରା ଗଣମାଧ୍ୟମ ନିକଟରେ ଦୋହରାଇଛନ୍ତି।ବେଗୁନିଆ- ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଦ୍ରୁତ ବିକାଶ ମୋର ପ୍ରଥମ କର୍ତ୍ତବ୍ୟ ବୋଲି ଶ୍ରୀ ବେହେରା ବିରାଟ ସଂକଳ୍ପ ବାଇକ ଶୋଭାଯାତ୍ରାରେ ଆସି ସାଧାରଣରେ ବର୍ଷି ଥିଲେ।ପ୍ରାରମ୍ଭରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବେଗୁନିଆ ବ୍ଲକ ଉପକଣ୍ଠ ସରୁଅ ଠାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରି ଦୀର୍ଘ ୨୭ କି.ମି ରାଜପଥ ଅତିକ୍ରମ ପରେ ବୋଲଗଡ଼ ବ୍ଲକ ସଦରସ୍ଥିତ ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବାଇକ ଶୋଭାଯାତ୍ରାକୁ ବିରାମ ଦିଆଯାଇଥିଲା।ଏହି ବିଶାଳ ବାଇକ ଶୋଭାଯାତ୍ରାରେ ଶତାଧିକ ନୂତନ ଯୁବ ଚେହେରା ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
