ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ ଫେଷ୍ଟ ୨୦୨୬ ଅନୁଷ୍ଠିତ
ଆଜି ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ର ଅଧକ୍ଷ ଙ୍କ ଅଧକ୍ଷତା ରେ ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ ପକ୍ଷରୁ ସ୍କିଲ୍ ଫେଷ୍ଟ ୨୦୨୬ ପୁରୀ ଟାଉନ୍ ହଲ୍ ଠାରେ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଅନୁଷ୍ଠାନ ର ଉପଦେଷ୍ଟା ପ୍ରଧାନ ଧିରେନ କୁମାର ରାୟ ଯୋଗଦାନ କରି ରାଜ୍ୟର ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ପ୍ରତିଭା ମାନେ ଭାଗ ନେଇ ବିଭିନ୍ନ ବିଭାଗ ଯଥା ଯୋଗ, ବକ୍ତୃତା, ରଚନା, ଚିତ୍ରକଳା,ଭଜନ ନୃତ୍ୟ, ଆଧୁନିକ ନୃତ୍ୟ, ଫ୍ୟାସନ ଶୋ ତଥା ମା ମାନଙ୍କ ର ନୃତ୍ୟ ଇତ୍ୟାଦିରେ ପ୍ରତିଯୋଗୀ ମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଚନ୍ଦ୍ରଧ୍ୱଜ ସାହୁ ମଞ୍ଚ ପରିଚାଳନା କରିଥିଲେ। ଆସନ୍ତାକାଲି ପୁରସ୍କାର ବିତରଣ ଉତ୍ସବ ଓ ସଭାକାର୍ଯ୍ୟ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁ ପ୍ରତିଯୋଗୀ ମାନଙ୍କ ପରିବାର ସଦସ୍ୟମାନେ ପୁରୀରେ ଏଭଳି କାର୍ଯ୍ୟକ୍ରମ କୁ ଦୃଢ ପ୍ରଶଂସା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
