April 24, 2026

କୃଷ୍ଣାନନ୍ଦପୁର ଥାନାରେ ଆଇନ ସଚେତନତା ଶିବିର !!

IMG-20260419-WA0045
Share

 

ତିର୍ତ୍ତୋଲ-ତା୧୮/୦୪/୨୬

 

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ସାଧାରଣ ଜନତାଙ୍କ ବଞ୍ଚିବା ଆଜିର ସମୟ ପାଇଁ ଦୁର୍ବିସହ ହୋଇ ପଡିଛି l କୋମଳମତି ବାଳିକା ପ୍ରତି ଦୁଷ୍କର୍ମ ଠାରୁ ଆରମ୍ଭ କରି ଚାକିରୀ ଦେବା ନାମରେ ଲୁଟିବା, ଏବଂ ଗଞ୍ଜେଇ ଧଳା ଜହର ପରି ଚୋରା ନିଶା କରବାର ଜନଜୀବନ ପ୍ରତି ଅପରାଧିକ ମାମଲା ସୃଷ୍ଟି ହେଇ ଚାଲିଛି l ଫସୁଛନ୍ତି ନିରୀହ ବ୍ୟକ୍ତି l ଏହି ସବୁର ମୁକାବିଲା ପାଇଁ ପୋଲିସ ସହିତ ଜନସାଧାରଣ ମିଳିତ ଭାବେ ଉଭୟ ଉଭୟ ଙ୍କ ପ୍ରତି ସହଯୋଗର ହାତ ବଢେଇବାକୁ, କୃଷ୍ଣାନନ୍ଦପୁର ପୋଲିସ ଉଲ୍ଲେଖଯୋଗ୍ୟ ପ୍ରୟାସ କରିଥିଲେ l ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର ଥାନା ମହାନଦୀ ଓ ପାଇକା ନଦୀର ବେଳାଭୂମିରେ ଅବସ୍ଥିତ ଥିବା ବେଳେ, କୌଣସି ନା କୋଣସି ଅପରାଧ ଦୈନନ୍ଦିନ ସମୟରେ ଦେଖିବାକୁ ମିଳିଥାଏ l ଯେବେ ଜନସାଧାରଣ ଚାହିଁବେ ତେବେ ଅପରାଧ କମେଇବାରେ ପୋଲିସ ର ବଡ ଭୂମିକା ରହିବ ବୋଲି ଆଜିର ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ତିର୍ତ୍ତୋଲ ଏସ.ଡି.ପି.ଓ. ଶ୍ରୀଯୁକ୍ତ ଅଜୟ କୁମାର ଦାସ ଆହ୍ୱାନ ଦେଇଥିଲେ l କୃଷ୍ଣାନନ୍ଦପୂର ଥାନାର ନବନିଯୁକ୍ତ ଆଇ.ଆଇ.ସି. ଶ୍ରୀଯୁକ୍ତ ରଞ୍ଜନ କୁମାର ମାଝୀ ପ୍ରାୟ ପାଞ୍ଚଟା ପଞ୍ଚାୟତ ର ବରିଷ୍ଠ, ବୁଦ୍ଧିଜୀବୀ, ଓ ମହିଳା ମାନଙ୍କ ଉଦ୍ଦେଶ୍ୟରେ ଏକ ଆଞ୍ଚଳିକ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ l ଉକ୍ତ କମିଟିରେ ମହିଳା ସଦସ୍ୟ ମଧ୍ୟ ରହିବାକୁ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ମାନସ କୁମାର ହେମ୍ବ୍ରମ, ଏବଂ କୃଷ୍ଣାନନ୍ଦପୁର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ଉପସ୍ଥିତ ଜନସାଧାରଣ ଙ୍କ ମଧ୍ୟରେ ଇଂ.ବେଦଦ୍ୟୁତି ପୃଷ୍ଟି,ଅରୁଣ କୁମାର ଦାଶ, ସୁଶୀଲ ସାହୁ, ରବୀନ୍ଦ୍ର ମଲ୍ଲିକ, ପ୍ରମୋଦ ବେହେରା, ଶୁଶାନ୍ତ ସାହୁ, ନିରଞ୍ଜନ ସେଠୀ,ସ୍ଥାନୀୟ ଅଜୟ କୁମାର ଖଟୁଆ, ବାବା ଭାଇ, ବାଶା ଭାଇ, ସଉ ଭାଇ, ପ୍ରମୁଖ ଅନେକ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଶେଷରେ ପୋଲିସ ଙ୍କୁ ଜନସାଧାରଣ ଙ୍କ ତରଫରୁ ବେଦଦ୍ୟୁତି ପୃଷ୍ଟି ହିତକାରୀ ପରାମର୍ଶ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା ।