ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡରେ ଚାଲିଛି ପଣାଯାତ୍ରା

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦର ପଣାଯାତ୍ରା ଦ୍ଵିତୀୟ ବାଲିଯାତ୍ରା ଭାବେ ସାଧାରଣ ରେ ଚର୍ଚ୍ଚା ହେଇଆସୁଛି l ୩୫ମୌଜା ର ମିଳିତ ଉଦ୍ୟମରେ ଏହି ପଣାଯାତ୍ରା ମହାଡ଼ମ୍ବରରେ ସାତଦିନ ଧରି ଚାଲିଥାଏ l ପ୍ରତିଦିନ ଗଞ୍ଜାମ, ବ୍ରହ୍ମପୁର, ଭୁବନେଶ୍ୱର, ପୁରୀ ଖୋର୍ଦ୍ଧା ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ ରୁ ଶ୍ରଦ୍ଧାଳୁମାନେ ଏହି ପଣାଯାତ୍ରା କୁ ଆସି ରାତିରେ ବିଭିନ୍ନ ଯାତ୍ରାପାର୍ଟି ର ନାଟକ ମାଗଣାରେ ଦର୍ଶକ ମାନେ ଉପଭୋଗ କରିଥାନ୍ତି l ଚଳିତ ବର୍ଷ ପ୍ରତିଦିନ ସନ୍ଧ୍ୟାରେ ୩୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିବା ସହିତ ତୁଳସୀ ଗଣନାଟ୍ୟ ଏବଂ ଯାତ୍ରା ରାଜନନ୍ଦିନୀ ସମସ୍ତଙ୍କ ମନଜୀଣୁଛି l ଏହି ପଣାଯାତ୍ରା ଦ୍ଵିତୀୟ ବାଲିଯାତ୍ରା ବୋଲି ବିବେଚିତ କରିଛନ୍ତି ରାଜ୍ୟ ଭାରତୀୟ ଜନତା ପାର୍ଟି କୋଷାଧକ୍ଷ ଦିବାକର ହରିଚନ୍ଦନ l କିନ୍ତୁ ଦୁଃଖର ବିଷୟ ଏହି ଯାତ୍ରା ଦେଖିବାକୁ ସାତପଡ଼ା ରୁ ଜହ୍ନିକୁଦା ଏବଂ ଜହ୍ନିକୁଦା ରୁ ସାତପଡ଼ା ଦିନରାତି ପ୍ରତିଦିନ ଗୋଟିଏ ଡଙ୍ଗାରେ ପଚାଶରୁ ଉର୍ଦ୍ଧ ବାଇକ ଏବଂ ଶତାଧିକ ମହିଳା ପୁରୁଷ, ଯୁବକଯୁବତୀ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଛୋଟ ଛୋଟ ପିଲାମାନଙ୍କ ବିପଦପୂର୍ଣ୍ଣ ନୌଯାତ୍ରା କେତେବେଳେ ଯେ ବଡ଼ ବିପଦ ସୃଷ୍ଟି କରିବ ତାହା କହିବା କଷ୍ଟକର l ତେଣୁ ଏଥିପ୍ରତି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
