ଆଜିର ଖବର.
୧-ଭୁବନେଶ୍ଵର:ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ଯାଏଁ ତାତି ଅସମ୍ଭାଳ।୪୦ ଡିଗ୍ରୀ ଉପରେ ଏବେ ୧୫ ସହର।
୨-ଭୁବନେଶ୍ୱର:ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବନି ନନ୍- ଏସି ବସ୍, ଚାଲିଲେ ମାଲିକ ଦାୟୀ, ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ, ଡ୍ରାଇଭର ମାନଙ୍କୁ ଦିଆଯିବ ଓଆର୍ଏସ୍।୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ।
୩-ଭୁବନେଶ୍ୱର: ଫେମିନା ମିସ୍ ଇଣ୍ଡିଆ ଜିତିଲେ ଗୋଆର ସାଧ୍ବୀ ସତିଶ ସାଇଲ,ଦୁଇ ରନର୍ସଅପ ହେଲେ ରାଜନନ୍ଦିନୀ ଓ ଶ୍ରୀ ଅଦ୍ୱୈତ।
୪-ଭୁବନେଶ୍ୱର:୫ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ,ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ।
୫-ପିପିଲି:ମନ୍ଦିର ସେବାୟତଙ୍କୁ ଧମକ, ୫୦ ଲକ୍ଷ ଟଙ୍କା ନ ଦେଲେ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ଉଡାଇ ଦିଆଯିବ।
୬-ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବରେ ଗଭର୍ଣ୍ଣିଂ କାଉନସିଲର ନେବେ ନେତୃତ୍ୱ।
୭-ଭୁବନେଶ୍ୱର:ଆଉ ପାଦେ ଆଗେଇଲା JSW-POSCO ପ୍ଲାଣ୍ଟ, ୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ହେବ ପ୍ଲାଣ୍ଟ ନିର୍ମାଣ।
୮-ଯାଜପୁର, ବ୍ୟାସନଗର:ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ, ମାଟି ଚୋରିକୁ ରୋକିବାକୁ ଯାଇଥିବା ବେଳେ ଆକ୍ରମଣ।
୯-କାକଟପୁର:ମାଛ ଧରିବା ଉପରେ କଟକଣା, ଜୁନ ୧୬ ତାରିଖ ପର୍ଯ୍ୟନ୍ତ ମାଛ ଧରି ପାରିବେନି ମତ୍ସ୍ୟଜୀବୀ।
୧୦-ଓଡ଼ିଆ ଆତଙ୍କୀ ଶେଖ୍ ଇମ୍ରାନ ଗିରଫ, ୪ ଟେରରିଷ୍ଟଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ୍।
୧୧-ଅସହ୍ଯ ତାତି, ସମ୍ବଲପୁର, ନୂଆପଡା, ଝାରସୁଗୁଡା, ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ସ୍କୁଲ ଛୁଟି ଘୋଷଣା।
୧୨-୫ ବର୍ଷ ପୂର୍ବେ ଅକ୍ଷୟ ତୃତୀୟାରେ ଯଦି ୪୬ ହଜାର ଟଙ୍କାର ସୁନା କିଣିଥାନ୍ତେ, ତେବେ ଆଜି ହୋଇଥାନ୍ତା ₹୧.୫୫ ଲକ୍ଷ।
୧୩-ଚମକିଲେ ଭାରତୀୟ ଶିକ୍ଷା ବୋର୍ଡ ଛାତ୍ର ଛାତ୍ରୀ,୧୦ମରେ ଅସ୍ମିତା ଓ ଦ୍ବାଦଶରେ ମଲ୍ଲିକା ହେଲେ ଟପ୍ପର।
୧୪-ରୋମାଞ୍ଚକର ମ୍ୟାଚରେ CSKକୁ ୧୦ ରନରେ ହରାଇଲା SRH, ମାଲିଙ୍ଗାଙ୍କୁ ୩ ଓ୍ଵିକେଟ୍। ଆଜି ପଞ୍ଜାବ- ଲକ୍ଷ୍ନୌ ଭେଟ।
୧୫-ମନ ଜିଣିଲେ ମିଲର, ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ଦିଲ୍ଲୀ; ଆରସିବିର ହେଲା ଦ୍ବିତୀୟ ପରାଜୟ।
୧୬-କେନ୍ଦ୍ର କର୍ମଚାରୀଙ୍କ DA ୨% ବଢ଼ିଲା,୫୮%ରୁ ବଢି ୬୦% ହେଲା। ଜାନୁଆରୀ ୨୬ରୁ ପିଛିଲା ଭାବେ ଲାଗୁ ହେବ।
୧୭-ପାଟନାରେ ବିବାହ କାର୍ଡ ଏବଂ ଅତିଥିଙ୍କ ସଂଖ୍ୟା ଯାଞ୍ଚ କରିବା ପରେ ମିଳିବ ଗ୍ୟାସ୍ ସିଲିଣ୍ଡର।
୧୮-ଇଲେକ୍ଟ୍ରିକ୍ ସ୍କୁଟର ଦୁନିଆରେ ବଡ଼ ଧମାକା: ଭାରତରେ ଲଞ୍ଚ ହେଲା ୪୦୦ କିମି ରେଞ୍ଜ ବିଶିଷ୍ଟ ‘Simple Ultra’।
୧୯-EPFO: ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ PF ସାଲାରୀ ଲିମିଟ୍, ସରକାର ପ୍ରସ୍ତୁତ କରୁଛନ୍ତି ଏହି ପ୍ଲାନ୍।
୨୦-ବିଲ୍ ପାସ୍ କାଟ ଖାଇବା ପରେ ରାହୁଲ ଗାନ୍ଧୀଙ୍କ ବାସଭବନ ଆଗରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି।
୨୧-ନୂଆ ଦିଲ୍ଲୀ:ମେ’ ସୁଦ୍ଧା ମେଟା କମ୍ପାନୀରୁ ଚାକିରି ହରାଇବେ ୮ ହଜାର କର୍ମଚାରୀ।AI କରିବ କମ୍ପାନୀ କାମ।
୨୨-ପୁଣି ଥରେ ହର୍ମୁଜ ବନ୍ଦ କଲା ଇରାନ, ଆମେରିକା ଉପରେ ଲଦିଲା ଦୋଷ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
