April 18, 2025

“ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ” ଅନୁଷ୍ଠିତ……..

Share

 

ଉମରକୋଟ:-ଉମରକୋଟ ବ୍ଲକ ଅନ୍ତର୍ଗତ କେଶରାବେଡା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ “ଆମ ସଂସ୍କୃତି ଆମ ଖେଳନା”ସମ୍ପର୍କିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ ହୋଯାଇଅଛି।ସୋମବାର ଏହି ଶିବିର କୁ ବରିଷ୍ଟ ଶିକ୍ଷକ ତଥା ପୂଜାରିପାରା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ମିର୍ଦ୍ଧା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ଏହି କର୍ମଶାଳାରେ କେଶରାବେଡା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟରୁ ୩୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।ପ୍ରଶିକ୍ଷକ ଭାବେ ସି ଆର ସି ସି ମୋତିରାମ ଗଣ୍ଡ, ସନ୍ତୋଷ କୁମାର ସାହୁ ,ମଧୁସୂଦନ ଜେନା ,ବନୁ ପନକା,ଆର ଧନୁର୍ଜୟ ରାଓ,ଯୋଗ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆମ ପଲ୍ଲୀ ଜୀବନ,ଆଞ୍ଚଳିକ କଳା କୌଶଳ ,ଆଦିବାସୀ ଜୀବନ ଶୈଳୀ , ସଂସ୍କୃତି ଓ ଆଧୁନିକତା ର ସ୍ପର୍ଶ ରେ ବିଲୁପ୍ତ ହେଇ ଯାଉଥିବା ବିଭିନ୍ନ ପୁରାତନ ସାମଗ୍ରୀ କୁ କିପରି ଆମେ ବିନିଯୋଗ କରି ସୁନ୍ଦର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିପାରିବା ସେ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।ଏହି ତଥ୍ୟକୁ ଆଧାର କରି ୬୦ ରୁ ଉର୍ଦ୍ଧ ସୁନ୍ଦର ସୁନ୍ଦର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଛି ।ଏହି କାର୍ଯ୍ୟ କ୍ରମ ରେ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଜଣ ସହଯୋଗୀ ଷ୍ଟାଫ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଧାନ ଶିକ୍ଷୟତ୍ରୀ ଚଞ୍ଚଳା ବିଶ୍ୱାସ,ବରିଷ୍ଠ ଶିକ୍ଷକ ପଞ୍ଚୁରାମ ଗଣ୍ଡ,ଚକ୍ରଧର ଭାତ୍ରା , ସନ୍ତୋଷ ବାରିକ ,ପିତାମ୍ବର ମାଳି ,ବିରସିଂ ପରଜା ,ସୁନିଲ ବିଶ୍ଵାଳ ,ଦୀପକ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ସୋଡାପାରା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed